ବଲିଉଡ ଛାଡି ଜ୍ୟୋତିଷ

ବଲିଉଡରେ ଅକେକ ଚେହେରା ଅଛି ଜିଏ ଦର୍ଶକଙ୍କ ମନରେ ବହୁ ଦିନ ଧରି ରାଜ କରେ । ବହୁ ଅଭିନେତ୍ରୀ ଏମିତିବି ଅଛନ୍ତି ପ୍ରଥମ ଝଲକରେ ଫ୍ୟାନ୍ସଙ୍କ ମନରେ ଛାପ ଛାଡିଯାଏ । ଏମିତି କିଛି କରିଛନ୍ତିୁ ଟୁଲୀପ ଯୋଶୀ ମେରେ ୟାର କି ଶାଦୀ ହୈ ଫିଲ୍ମରେ ନିଜର ଅଭିନ୍ର କରିଛନ୍ତି । ନିଜ ଅଭିନୟ ଓ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ମନରେ ରାଜ କରୁଥିଲେ ଟୁଲୀପ କିନ୍ତୁ ଏବେ ଗ୍ଳାମର ଦୁନିଅରୁ ଦୂରରେ ରହିଛନ୍ତି । ବଲିଉଡ ଗ୍ଲାମର ଦୁନିଆରୁ ଏବେ ତାଙ୍କ କାହାଣୀ ଭିନ୍ନ । ସେ ଏବେ ଗ୍ଲାମର ଦୁନିଆରୁ ଇଚ୍ଛାରେ ଅଲଗା ହୋଇ ଏକ ନୂଆ ପରିଚୟ ଗଢିଛନ୍ତି ।

ଟୁଲିବ ମୁମ୍ବାଇରେ ହିନ୍ଦୁ ଘରେ ଜନ୍ମ ହୋଇଥିଲେ , ବାପା ହିନ୍ଦୁ ଥିଲେ ମା ଖ୍ରୀଷ୍ଟିଆନ । ପିଲାଦିନୁ ଟୁଲିପ କଣେ ମେଧାବୀ ଥିଲେ । ପାଠପଢା ପରେ କମେଷ୍ଟ୍ରିରେ ଡିଗ୍ରୀ ହାସଲ କରିଥିଲେ । ପାଠ ପଡୁଥିବା ସମୟରେ ସେ ବିଜ୍ଞାପନରେ କାମ କରୁଥିଲେ କିନ୍ତୁ ଭାଗ୍ୟତାଙ୍କୁ ନେଇ ଯାଇଥିଲା ଗ୍ଲାମର ଦୁନିଆକୁ । ବଲିଉଡରେ ୨୦୦୨ରେ ‘ମେରେ ୟାର୍ କି ଶାଦୀ ହୈ’ ଫିଲ୍ମ ଜରିଆରେ ହୋଇଥିଲା ବଲିଉଡ୍ ଡେବ୍ୟୁ।

ଉଦୟ ଚୋପ୍ରା ଓ ଜିମି ସେରଗିଲଙ୍କ ସହ ଅଭିନୟ କରିଥିଲେ ।ଏହାପରେ ‘ଦିଲ୍ ମାଙ୍ଗେ ମୋର୍’, ‘ଧୋକା’, ‘ମାତୃଭୂମି’, ‘ଜୟ ହୋ’ ଭଳି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା
ଟୁଲିପ ବଲିଉଡକୁ ଯେଉଁ ଗତିରେ ଆସିଥିଲେ ସେହି ଗତିରେ ଷ୍ଟାଡମର ଶୀର୍ଷରେ ପହଞ୍ଚି ପାରନଥିଲେ । ଆଉ ତା ପରେ ସେ ଅଭନୟରୁ ଦୂରେଇଗଲେ ଟୁଲିପ । ଅଭିନ୍ର ଛାଡିବା ପରେ ତାଙ୍କ ଜୀବନ ଅଟକି ନଥିଲା ବରଂଆରମ୍ଭ ହୋଇଥିଲା ଏକ ନୂଆ ଯାତ୍ରା। ୨୦୧୭ରେ ସ୍ୱାମୀଙ୍କ ସହ ମିଶି ‘କିମାୟା କନସଲ୍ଟିଂ’ ନାମରେ କମ୍ପାନୀ ମଧ୍ୟ ଆରମ୍ଭ କରିଥିଲେ।ଅଭିନେତ୍ରୀ ଟୁଲିପ୍ ଯୋଶୀଙ୍କର ଆଉ ଏକ ପରିଚୟ ରହିଛି ବୈଦିକ ଜ୍ୟୋତିଷ। ସମ୍ପର୍କ, ସ୍ୱାସ୍ଥ୍ୟ ଓ କ୍ୟାରିୟର ଭଳି ବିଷୟରେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ସେ। ଅର୍ଥାତ୍ ଯେଉଁ ଚେହେରାକୁ ଦିନେ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଅପେକ୍ଷା କରୁଥିଲେ, ସେହି ଟୁଲିପ୍ ଆଜି ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ଗଢ଼ିଛନ୍ତି।