ଫାଇନାଲରେ ଭାରତ

ଭାରତୀୟ ମହିଳା କ୍ରିକେଟର ଦଳର ମହିଳା ମାନେ ଏସିଆ କପ୍ ୨୦୨୬ର ଫାଇନାଲ୍ ରେ ପ୍ରବେଶ କରିଛି । ଭାରତୀୟ ଟିମ ୨୦ ଓଭରରେ ୧୪୯ ରନ କରିଥିଲା । ଶେଫାଳି ବର୍ମା ମାତ୍ର ୪୦ ବଲ୍ ରୁ ୬୪ ରନ୍ ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଯାହାକି ତାଙ୍କର ୨୦ତମ ଟି-୨୦ ଅନ୍ତର୍ଜାତୀୟର ଅର୍ଦ୍ଧଶତକ । ପ୍ରତିକା ରାୱଲ ୨୦ ରନ୍ କରିଥିବା ବେଳେ ଶେଷ ଆଡ଼କୁ ଦୀପ୍ତି ଶର୍ମା ୫ ବଲ୍ ରୁ ୧୩ ରନ୍ ସଂଗ୍ରହ କରି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ ।

ବାଂଲାଦେଶ ଅଧିନାୟିକା ନିଗାର ସୁଲତାନା ଦଳ ପାଇଁ ସର୍ବାଧିକ ୧୯ ରନ୍ କରିଥିଲେ। ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇ ବାଂଲାଦେଶର ବ୍ୟାଟିଂ ବିପର‌୍ୟ୍ୟୟ ଘଟାଇଥିଲେ । ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୧ଟି ୱିକେଟ୍ ନେଇ ଶୀର୍ଷରେ ରହିଛନ୍ତି । ନନ୍ଦିନୀ ଶର୍ମା ମ୍ୟାଚ୍ ର ଶେଷ ଦୁଇଟି ବଲ୍ ରେ କ୍ରମାଗତ ୨ଟି ୱିକେଟ୍ ନେଇ ଭାରତକୁ ଏକ ଶାନଦାର ବିଜୟ ଦେଇଥିଲେ । ଆସନ୍ତା ରବିବାର ଭାରତ ଫାଇନାଲ୍ ଖେଳିବ ।