ଏସିଆ କପ ରେ ଭାରତ – ଶ୍ରୀଲଙ୍କା

ଏସିଆ କପ ଫାଇନାଲ ରେ ଭାରତ -ଶ୍ରୀଲଙ୍କା ଟକ୍କର , ୨୦୨୪ ର ପରାଜୟ ର ବଦଲା ନେବ କି ଟିମ ଇଣ୍ଡିଆ ? ତେବେ ଆଜି ଦୁବାଇ ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମହିଳା ଏସିଆ କପ ର ଫାଇନାଲ ।ତେବେ ଏଥର ଟ୍ରଫି ହାତେଇ ୨୦୨୪ ପରାଜୟ ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି ଟିମ ଇଣ୍ଡିଆ । ତେବେ ପୂର୍ବ ସୂଚନା ଅନୁସାରେ ଦୁଇ ବର୍ଷ ପୂର୍ବେ ଦମ୍ବୁଲା ରେ ଭାରତ କୁ ୮ ୱିକେଟ୍‌ରେ ହରାଇ ପ୍ରଥମ ଥର ପାଇଁ ଏସିଆ କପ ହାତେଇଥିଲା ଟିମ ଇଣ୍ଡିଆ ।

ତେବେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଅପରାଜିତ ରହିଛି ଏବଂ ଅନ୍ୟପଟେ ଅଷ୍ଟମ ଥର ପାଇଁ ଏସିଆ କପ ଟ୍ରଫି ଜିତିବା ଉପରେ ଟିମ ଇଣ୍ଡିଆ ଲକ୍ଷ୍ୟ ରଖିଛି ଏବଂ ହର୍ମାନ ପ୍ରୀତ କୌର ଙ୍କ ନେତୃତ୍ୱ ରେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ରେ ଅପରାଜିତ ରହି ଫାଇନାଲ ରେ ପହଂଚିଛି ।ତେବେ ଶଫାଲି ୧୬୮ ରନ ସହ ସର୍ବାଧିକ ରନ ସ୍କୋରର ରହିଛନ୍ତି ଏବଂ ଏହା ସହ ଦୁଇ ଅର୍ଦ୍ଧଶତକ ମଧ୍ୟ ତାଙ୍କ  ନାମରେ ରହିଛି । ସେହିପରି ଦୀପ୍ତି ଶର୍ମା ୧୧ଟି ୱିକେଟ୍‌ ନେଇ ସର୍ବାଧିକ ୱିକେଟ୍‌ ହାସଲକାରୀଙ୍କ ତାଲିକାରେ ଶ୍ରୀଲଙ୍କା ଅଧିନାୟକ ଚମାରି ଅଥାପଥୁଙ୍କ ସହ ରହିଛନ୍ତି ।ବାଂଲାଦେଶ ବିପକ୍ଷ ସେମିଫାଇନାଲ୍‌ରେ ଭାରତ ୪ଟି କ୍ୟାଚ୍‌ ଛାଡ଼ିଥିଲା । ଏହାପୂର୍ବରୁ ପାକିସ୍ତାନ ବିପକ୍ଷରେ ୩ଟି ଓ ଥାଇଲାଣ୍ଡ ବିପକ୍ଷରେ ୨ଟି କ୍ୟାଚ୍‌ ହାତଛଡ଼ା ହୋଇଥିଲା । ତେବେ ମହିଳା ଟି -୨୦ ଅନ୍ତର୍ଜାତୀୟ ରେ ଦୁଇ ଦଳ ମଧ୍ୟରେ ୩୧ ଟି ମ୍ୟାଚ ଖେଳାଯାଇଛି ।ଏଥିରୁ ଭାରତ ୨୫ଟି ମ୍ୟାଚ୍‌ ଜିତିଥିବା ବେଳେ ଶ୍ରୀଲଙ୍କା ୫ଟିରେ ବିଜୟୀ ହୋଇଛି । ତେବେ ଶେଷ ଏସିଆ କପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କା ବାଜି ମାରିଥିଲା। ତେଣୁ ଆଜିର ଫାଇନାଲ୍‌ରେ ପରିସଂଖ୍ୟାନ ଅପେକ୍ଷା ମଇଦାନର ପ୍ରଦର୍ଶନ ହିଁ ନିର୍ଣୟ  କରିବ ।ତେବେ ଆଜି ରାତି ୮ଟାରେ ଦୁବାଇ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ହାଇଭୋଲ୍ଟେଜ୍‌ ଫାଇନାଲ୍‌ ଖେଳାଯିବ । ଭାରତ ଟ୍ରଫି ଫେରାଇବାକୁ ଚେଷ୍ଟା କରିବ, ଆଉ ଶ୍ରୀଲଙ୍କା ୨୦୨୪ର ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।ତେବେ ଦେଖିବାକୁ ବାକି ରହିଲା ଏସିଆ କପ ଫାଇନାଲ ରେ କିଏ ହାତଉଛି ?