ମନ ଜିତିଲେ ବୈଭବ

ବୈଭବଙ୍କ କ୍ରେଜ ଚେପକ ଷ୍ଟାଡିୟରେ ହେଉଥିବା ଦୁଲୀପ ଟ୍ରଫି ଫାଇନାଲରେ ଦେଖିବାକୁ ମିଳିଛି । ଇଷ୍ଟ ଜେନ୍ ଓ ସାଉଥ୍ ଜେନ୍ ମଧ୍ୟରେ ଚାଲିଥିବା ଏହି ମ୍ୟାଚରେ ବହୁ ସଂଖ୍ୟାରେ ବୈଭବଙ୍କ ପ୍ରଶଂସକ ପହଚିଂଥିଲେ । ବୈଭବ ଏହି ମ୍ୟାଚରେ ମାତ୍ର ୩୭ଟି ବଲରେ ୪୪ ରନ କରିଥିଲେ । ତାଙ୍କ ବ୍ୟାଟିଂ ଦେଖି ଦର୍ଶକଙ୍କ ମନରେ ଉତ୍ସାହ ବଢିଯାଇଥିଲା । କିନ୍ତୁ ବୈଭବ ଆଉଟ ହେବା ପରେ ଅନେକ ଦର୍ଶକ ଷ୍ଟାଡିୟମରୁ ବାହାରି ଯାଇଥିଲେ । ହେଲେ ବୈଭବ ଯାହା କହିଥିଲେ ସେଠାରେ ଉପସ୍ଥିତ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଥିଲେ ।

ଇଷ୍ଟ ଜୋନ ଏବଂ ସାଉଥ ଜେନ୍ ମଧ୍ୟରେ ଚେପକରେ ଚିଲିଥିବା ଖେଳ ଦେଖିବାକୁ ବହୁତ ଭିଡ ଲାଗଥିଲା । ଫାଇନାଲ ମ୍ୟାଚକୁ ବିସିସିଆଇ ବେଙ୍ଗଲୁରୁ ସେଣ୍ଟର ଅଫ ଏକ୍ସିଲେନ୍ସରୁ ଚେନ୍ନାକୁ ସିଫ୍ଟ କରିଥିଲା । ଅଧିକ ଲୋକ ଏହି ମ୍ୟାଚ ଦେଖିବେ ବୋଲି ବିସିସିଆଇ ନିଷ୍ପତ୍ତିନେଇଥିଲା । ମ୍ୟାଚରେ ନିଜ ଇନିଂ ଶେଷ ହେବା ପରେ ବୈଭବ ପ୍ରଶଂସଙ୍କ ସହ ମିଶିଥିଲେ । ଏହି ସମୟରେ ବହୁ ପ୍ରଶଂସକ ତାଙ୍କଠୁ ଆଟୋଗ୍ରାଫ ନେବା ପାଇଁ ଭିଡ ଜମାଇଥିଲା । ସେ ମଧ୍ୟ ପ୍ରଶଂସଙ୍କୁ ନିରାଶ ନକରି ଅଟୋଗ୍ରାଫ ଦେଇଥିଲେ । କେବଳ ଆଟୋଗ୍ରାଫ ନୁହେଁ ସେ ତାଙ୍କ କ୍ୟାନ୍ , ନୋଟ୍ ବୁକ୍ , କାଗଜ ଏବଂ ଜର୍ସି ମଧ୍ୟଦେଇଥିଲେ । ଚେପକରେ ବୌଭଙ୍କୁ ବହୁ ଜବରଦସ୍ତ ସମର୍ଥନ ଦେଖିବାକୁ ମିଳିଥିବା । କ୍ରିକେଟରେ ଏହି ଉଦିୟମାନ ତାରକାଙ୍କ ପ୍ରତି ପ୍ରଶଂସସଙ୍କ ଆକର୍ଷଣ ଦିନକୁ ଦିନ ବଢିବାରେ ଲାଗିଛି ।

ଫାଇନାଲରେ ପ୍ରଥମ ଇଷ୍ଟ ଜୋନ ଦମଦାର ବ୍ୟାଟିଂ କରିଥିଲେ । ।ବୌଭଙ୍କ ୪୪ ରନ ପରେ ଅଭିମନ୍ୟୁ ଇଶ୍ୱରଙ୍କ ୮୩ ରନ କରିଥିଲେ ଏବଂ ଇଶନ୍ କିଶନ୍ ୧୧୧ ରନ କରି ଅପରାଜିତ ଥିଲେ । ଶେଷରେ ୩୮୫/୪ କରିଥିଲେ ।