ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ପାଖରେ ମାନସିକ ଚାପ ଏକ ଗୁରୁତ୍ୱପୂର୍ଣ ଅଂଶ ପାଲଟିଯାଇଛି ।ପରିବାର ର ସମସ୍ୟା , କାର୍ଯ୍ୟକ୍ଷେତ୍ରରେ କାମ ର ଚାପ , ଆର୍ଥିକ ସମସ୍ୟା , ପିଲାଙ୍କ ଭବିଷ୍ୟତ ଏବଂ ଏହାସହ ଭବିଷ୍ୟତକୁ ନେଇ ମଣିଷ ଚାପଗ୍ରସ୍ତ ହୋଇଯାଉଛି ।ମଣିଷ କିଛି ସମୟ ଚିନ୍ତାରେ ରହିବ ଠିକ କଥା କିନ୍ତୁ ସେହି ଚିନ୍ତା ଯଦି ଦୀର୍ଘ ସମୟ ଧରି ଲାଗି ରୁହେ , ତେବେ ଏହାର ପ୍ରଭାବ ମଣିଷ ର ଜୀବନଶୈଳୀ ଉପରେ ପ୍ରଭାବ ପକାଇଥାଏ ।ତେବେ ଦେଖିବାକୁ ଗଲେ ମଣିଷର ଦୀର୍ଘ ସମୟଧରି ମନ ଖରାପ ରହିବା , କାମରେ ମନ ନ ଲାଗିବା , ବିରକ୍ତ ଲାଗିବା , ଏକା ଅନୁଭବ କରିବା ଭଳି ସମସ୍ୟା ଦେଖାଦେଲେ ଡାକ୍ତର କିମ୍ବା ବିଶେଷଜ୍ଞ ଙ୍କ ପରାମର୍ଶ ନେବା ନିହାତି ଜରୁରୀ ଅଟେ ।
ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ଆପଣ ଚିନ୍ତାର କାରଣକୁ ଚିହ୍ନଟ କରନ୍ତୁ ଏବଂ ଏହାପରେ ଚିନ୍ତା କୁ ନିଜ ମନ ଭିତରେ ନ ରଖି ଆପଣଙ୍କ ଭରସାଯୋଗ୍ୟ ବନ୍ଧୁ , ସମ୍ପର୍କୀୟ କିମ୍ବା ପରିବାର ସଦସ୍ୟ ଙ୍କ ସହ ଆଲୋଚନା କରନ୍ତୁ ।କାରଣ , ଏହା କରିବା ଦ୍ୱାରା ମାନସିକ ଚାପ କିଛି ମାତ୍ରା ରେ କମିପାରେ , ତେବେ ଏପରି କରିବା ଦ୍ୱାରା ମଣିଷ କୁ ଏକାକି ଅନୁଭବ ହେବା କିଛି ମାତ୍ରା ରେ କମ ହୋଇଥାଏ ।
ତେବେ ମାନସିକ ଚାପ କମେଇବାକୁ ଆମକୁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା ।ପ୍ରଥମେ ଆମେ ନିଜ ପାଇଁ ସମୟ କାଢ଼ିବାକୁ ପଡିବ । ବ୍ୟାୟାମ , ଯୋଗ , ଧ୍ୟାନ , ଗୀତ ଶୁଣିବା , ବହି ପଢିବା କିମ୍ବା ପ୍ରକୃତି ସହ କିଛି ସମୟ ବିତେଇବା ଦ୍ୱାରା ମାନସିକ ଚାପ ରୁ କିଛି ମାତ୍ର ରେ ଉପଶମ ମିଳିଥାଏ ଏବଂ ଏହା ସହ ସୋସିଆଲ ମିଡ଼ିଆ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ଅନ୍ୟମାନଙ୍କ ଜୀବନଶୈଳୀ ସହ ନିଜକୁ ତୁଳନା ଦ୍ୱାରା ମନକୁ ନକାରାତ୍ମକ ଚିନ୍ତାଧାରା ଆସିଥାଏ , ଯେଉଁଥିପାଇଁ ମାନସିକ ଚାପ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଖାଦ୍ୟ ସନ୍ତୁଳନ ସଠିକ କରିବା ଏବଂ ଏହା ସହ ପ୍ରଚୁର ପରିମାଣ ରେ ପାଣି ପିଇବା ସହ ପର୍ଯ୍ୟାପ୍ତ ନିଦ ନେବାକୁ ଚେଷ୍ଟା କରନ୍ତୁ ।
ମନେରଖନ୍ତୁ , ମାନସିକ ଚିନ୍ତା ରହିବା ଦୁର୍ବଳତାର ଲକ୍ଷଣ ନୁହେଁ ।ସଠିକ ସମୟରେ ସଠିକ ସହାୟତା ନେବା ହେଉଛି ସବୁଠାରୁ ଉତ୍ତମ ପଦକ୍ଷେପ ।ତେବେ ଯଦି ଆପଣ ଙ୍କୁ ଅତ୍ୟଧିକ ମାନସିକ ଚାପ ହେଲାଭଳି ଅନୁଭବ ହେଉଛି , ତେବେ ଆପଣ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ସାଇକୋଲୋଜିଷ୍ଟ ଙ୍କ ସହ କଥା ହୁଅନ୍ତୁ , ଏହି ମାନସିକ ଚାପ ପାଇଁ ଚିକିତ୍ସା ଓ ସହାୟତା ଉପଲବ୍ଧ ରହିଛି ।ତେଣୁ ଏହାକୁ ନେଇ ଲଜ୍ୟା କରନ୍ତୁନି ଏବଂ ସଠିକ ସମୟରେ ସଠିକ ପଦକ୍ଷେପ ନେଇ ସୁସ୍ଥ ରୁହନ୍ତୁ ।