ଟିମ ଇଣ୍ଡିଆର ପ୍ରିନ୍ସ ଶୁଭମନ ଗିଲଙ୍କୁ ଆଜି ୨୭ ବର୍ଷ । ୮ ସେପ୍ଟେମ୍ବର ୧୯୯୯ ମସିହା ପଞ୍ଜାବର ଫଜିଲକାରେ ଜନ୍ମ ଗ୍ରହଣ କରିଥିଲେ । ଛୋଟବେଳୁ ଶୁଭମନ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ ।ତାଙ୍କ ବାପା ଲଖବିନ୍ଦର ସିଂହ ଗିଲ ଏହି ସ୍ୱପ୍ନକୁ ଲକ୍ଷ୍ୟସ୍ତଳରେ ପହଞ୍ଚାଇବାରେ ବହୁ ବଡ ଭୂମିକା ଗ୍ରହଣ କରିଥିଲେ । ଗିଲ ତାଙ୍କ ବାପାଙ୍କ ଦ୍ୱରା ନିର୍ମିତ ପିଚ୍ ଉପରେ ଅଭ୍ୟାସ କରୁଥିଲେ । ଗାଁର ପିଲାଙ୍କୁ ଡାକି ତାଙ୍କ ବାପା ଖେଳଉ ଥିଲେ । ବୋଲିଂ କରାଉ ଥିଲେ ଆଉ ସର୍ତ୍ତ ମଧ୍ୟ ରଖୁଥିଲେ ଯିଏ ଶୁଭମନଙ୍କ ୱିକେଟ୍ ନେବେ ତାଙ୍କୁ ୧୦୦ଟଙ୍କା ଦିଆଯିବ ।
ଅଣ୍ଡର ୧୯ ବିଶ୍ୱକପରୁ ନିଜର ପ୍ରତିଭାର ଝଲକ ଦେଖାଇ ପରେ ଟିମ ଇଣ୍ଟିଆରେ ତାଙ୍କ ସ୍ଥାନ ପକ୍କା କରିଥିଲେ ।ତାଙ୍କର ଆକର୍ଶଣୀୟ ବ୍ୟାଟିଂ , ଧୌର୍ଯ୍ୟ ଓ ଲଗାତାର ପ୍ରଦର୍ଶନ ତାଙ୍କୁ ଭାରତୀର ପ୍ରମୁଖ ଖେଳାଳିରେ ପରିଣତ କରିଥିଲେ । ଶୁଭମନ ଅଣ୍ଡର ୧୯ରେ ସର୍ବାଧିକ ବ୍ୟାଟିଂ କରିବାର ରେକଡ କରିଛି । ଯୁବ ଦିନିକିଆରେ ୪ଟି ସତକ ଓ ୬ଟି ଅର୍ଦ୍ଧଶତକ ଥିବା ୧୬ଟି ମ୍ୟାଚରୁ ୧୫ଟି ଇନିଂସରେ ୧୧୪୯ ରନ୍ କରିଛନ୍ତି । ଗିଲଙ୍କ ଏକ ମାତ୍ର ବ୍ୟଟର ଷ୍ଟ୍ରାଇକ ରେଟ ୧୦୦ରୁ ଅଧିକ ।
ଅଷ୍ଟେଲିଆ ୨୦୨୦-୨୧ ଖେଳିଥିବା ମ୍ୟାଚରେ କ୍ୟାରିୟରର ଏକ ବଡ ମୋଡ ନେଇଥିଲା ।ତାଙ୍କୁ ଦିନିକିଆରେ ଦ୍ରୁତତମ ଭାବେ ୨,୦୦୦ ଓ ୨,୫୦୦ ରନ୍ ପୂରଣ କରିଥିବା ଖେଳାଳି ତାଲିକାରେ ନାଁ ରହିଛି । । ଆଇପିଏଲରେ ଗୁଜୁରାଟ ଟାଇଟନ୍ସ୧୬.୦୫ କୋଟି ଟଙ୍କରେ ରଖିଥିଲେ ।ଏହା ବ୍ୟତୀତ, ମ୍ୟାଚ୍ ଫିସ୍ ଏବଂ ମ୍ୟାଚ୍ ସମୟରେ ପ୍ରଦର୍ଶନ ପାଇଁ ରୋଜଗାର ଅଲଗା ରହିଛି । ଗିଲଙ୍କ ପାଖରେ ରେଜଂ ରୋଭର, ମର୍ସଡିଜ ବେଂଜ୍ ଭଳି ଦାମୀ କାର୍ ରହିଛି ।