‘ଆନ୍ତର୍ଜାତୀୟ ନିର୍ମଳ ବାୟୁ ଦିବସ’ ଅବସରରେ ରାୟଗଡା ସହରର ଗୁରୁମଗୁଡା ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବଢୁଥିବା ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତନକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଆଞ୍ଚଳିକ କାର୍ଯ୍ୟଳୟରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ ଓ ରାୟଗଡ ପୌରପାଳିକାର ମିଳିତ ସହଯୋଗରେ ଏକ ବୃହତ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସଚିଦାନନ୍ଦ ଶେଠୀ, ସହକାରୀ ବନ ସଂରକ୍ଷକ, ରାୟଗଡା ବନଖଣ୍ଡ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷରୋପଣ କରଯାଇଥିଲା I ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାର ସୁରକ୍ଷା ଦାୟିତ୍ୱ ନେବାକୁ ଆହ୍ବାନ ଦିଆଯାଇଥିଲା। ଏହି ସବୁଜ ଅଭିଯାନରେ ଶତାଧିକ ମହିଳା, ଯୁବକ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଶପଥ ନେଇଥିଲେ
ଦ୍ଵିତୀୟ ପ୍ରଜ୍ୟାୟରେ ରାୟଗଡ ପୌରପରିଷଦ ସମୁଖରେ ଫଳ ଚାରା ଏବଂ ଝୋଟ ବ୍ୟାଗ (Jute Bag) ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ କୁଳଦୀପ କୁମାର, ନିର୍ବାହୀ ଅଧିକାରୀ, ପୌରପରିଷଦ, ରାୟଗଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ସେ ବର୍ତମାନ ଯୁଗରେ ଗଛର ମହତ୍ଵ ପରିବେଶ ସୁରକ୍ଷା ଦିଗରେ କେତେ ଉପଯୋଗୀ ତାହା ବର୍ଣନା କରିଥିଲେ I ପରିବେଶର ସୁରକ୍ଷା ତଥା ପ୍ଲାଷ୍ଟିକର ବିକଳ୍ପ ଭାବେ ସର୍ବସାଧାରଣଙ୍କ ମଧ୍ୟରେ ଝୋଟ ବ୍ୟାଗ (Jute Bags) ଏବଂ ବିଭିନ୍ନ ଫଳପ୍ରଦ ତଥା ଔଷଧୀୟ ଗଛର ଚାରା ବଣ୍ଟନ କରିଥିଲା I ଏହି କାର୍ଯ୍ୟକ୍ରମରେ ରାୟଗଡ ପୌରପରିଷଦର ସମସ୍ତ କାଉସିଲର ଓ ସଭା ସଦସ୍ୟ ମାନେ ଯୋଗ ଦେଇ ଥିଲେ । ପରିଶେଷରେ ଶ୍ରୀ ରିପୁ କୁମାର ସାହୁ, ଉପ ପରିବେଶ ଯନ୍ତ୍ରି, ସମସ୍ତଙ୍କୁ ପରିବେଶ ସଚେତନତା ସପଥ ପାଠ କରାଇଥିଲେ ଓ ସର୍ବଶେଷରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।