ଶ୍ରୀରାମ ଭୂମିକାରେ ରଣବୀରଙ୍କୁ ଗ୍ରହଣ କରିହେଉନି

ରାମାୟଣ ରିଲିଜ ହେବାକୁ ଆଉ ବେଶୀ ଦୀନ ସମୟ ନାହିଁ । ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିନାରେ ନଜର ଆସିବାକୁ ଯାଉଛନ୍ତି । ନିତେଶ ତିୱାରୀଙ୍କ ରାମାୟଣ ଟ୍ରେଲର ଆସିବା ପରେ ରଣବୀରଙ୍କୁ ଏହି ଭୂମିକାରେ ପସନ୍ଦ କରୁଥିବାବେଳେ, କିଛି ଲୋକଙ୍କ  ପସନ୍ଦ ଭିନ୍ନ ରହିଛି ।

ଏହା ଭିତରେ ଟିଭି ସିରିଏଲ ନିର୍ମାତା ରାମାନନ୍ଦ ସାଗରଙ୍କ ନାତି ଶିବ ସାଗରଙ୍କ ବୟାନ ଚର୍ଚ୍ଚାରେ । ଶ୍ରୀରାମ ଚରିତ୍ରର ରଣବୀରଙ୍କ ଚୟନକୁ ନେଇ ଅସହମତ ପ୍ରକାଶ କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି , କେବଳ ଶ୍ରୀରାମଙ୍କ କାଷ୍ଟିଂକୁ ଛାଡିଦେଲେ ବାକି ସବୁ ଷ୍ଟାରକାଷ୍ଟ ଭଲ ଅଛି । ରଣବୀରଙ୍କୁ ରାମଙ୍କ ଭୂମିକାରେ ଗ୍ରହଣ କରିପରୁନାହାନ୍ତି କାରଣ ରଣବୀରଙ୍କୁ ଆନିମାଲ ଭଳି ଫିଲ୍ମରେ ଦେଖିବାପରେ ଏହି ରୂପରେ ଦେଖିବା ତାଙ୍କ ପାଇଁ କଷ୍ଟକର । ଏହା ସହ ସେ କହିଛନ୍ତି, ଯେତେବେଳେ ଆମେ ପରଦାରେ ଶ୍ରୀରାମଙ୍କୁ ଦେଖୁଛୁ ସେତେବେଳେ ଏହି ଭୂମିକା ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ମୁହଁକୁ ସୁଯୋଗ ଦିଆଯିବା ଉଚିତ ଥିଲା । ନିଜ କଥାକୁ ଆଗକୁ ବଢ଼ାଇ ସେ କହିଛନ୍ତି, ଆମେ ରଣବୀରଙ୍କୁ ବିଭିନ୍ନ ଭୂମିକାରେ ଦେଖିଛୁ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଜଣେ ଚମତ୍କାର ଅଭିନେତା । ବ୍ୟାକ୍ତିଗତ ଭାବେ ପୌରାଣିକ ଚରିତ୍ର ପାଇଁ କୌଣସି ନୂଆ ମୁହଁକୁ ସୁଯୋଗ ଦେବା ଅଧିକ ଭଲ ବୋଲି କହିଛନ୍ତି ।