ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି। ଅଷ୍ଟ୍ରେଲିଆ ଦଳ ବର୍ଷ ୨୦୧୮ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତ ସମୟରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ମାସରେ ତିନି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ।
ଟେଷ୍ଟ ଦଳରେ ୧୬ ଜଣ ଖେଳାଳି ଅଛନ୍ତି । ଏହି ୧୬ ଜଣ ଖେଳାଳିଙ୍କ ମଧ୍ୟରୁ ଚୟନକର୍ତ୍ତାମାନେ ମଧ୍ୟ ତାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଏହି ଗସ୍ତ ପାଇଁ ଦଳରେ ମନୋନୀତ ହୋଇଥିବା ଖେଳାଳି ୬ ବର୍ଷ ତଳେ ସସପେଣ୍ଡ ହୋଇଥିଲେ । ସେମାନଙ୍କ ଉପରେ ପୁଣି ଭରସା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ୧-୧ ଡ୍ର ପରେ ଲାବୁସାନେଙ୍କ ଦଳରେ ସ୍ଥାନ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା । କିନ୍ତୁ, ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି ଯେ, ସେମାନଙ୍କ ଉପରେ ଚୟନକର୍ତ୍ତାଙ୍କ ବିଶ୍ୱାସ ଏବେ ବି ଅକ୍ଷୁର୍ଣ୍ଣ ରହିଛି । ବିଶେଷ କରି ଦଳରେ ୩ ଜଣଙ୍କର ସେସ୍ପାଲ୍ ଏଣ୍ଟ୍ରୀ ହୋଇଛି । କୁପର କନୋଲି, ମ୍ୟାଥ୍ୟୁ କୁନହେମ୍ୟାନ୍ ଏବଂ ମାଇକେଲ୍ ନେସେରଙ୍କୁ ସ୍ଥାନ ମିଳିଛି ।

ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରୀ, କୁପର କୋନୋଲି, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଙ୍ଗଲିସ୍, ମ୍ୟାଥ୍ୟୁ କୁହନେମ୍ୟାନ, ମାର୍ନସ ଲାବୁସେନ, ନାଥନ ଲିୟନ, ମାଇକେଲ ନେସର, ମ୍ୟାଥ୍ୟୁ ରେନସା, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ବିୟୁ ୱେବଷ୍ଟର।