ମଣିଷ ଠାରୁ କେତେ ଅଲଗା ଓରାଙ୍ଗୁଟାନ୍‌

ମଣିଷ ଠୁ କେତେ ଅଲଗା ଓରାଙ୍ଗୁଟାନ୍‌   ?

ଓରାଙ୍ଗୁଟାନ୍‌ ମୁଣ୍ଡରେ ଅଛି କଣ ?

ମଣିଷ ନା ଓରାଙ୍ଗୁଟାନ୍‌ କାହାର ମସ୍ତିସ୍କ ଅଧିକ ଶକ୍ତିଶାଳୀ ?

କିଏ ଅଧିକ ବୁଦ୍ଧିମାନ? ମଣିଷ ଓ ଓରାଙ୍ଗୁଟାନ୍‌ର ମସ୍ତିଷ୍କ ଭିତରେ ପ୍ରକୃତରେ କେତେ ତଫାତ୍ ? ମଣିଷର ମସ୍ତିଷ୍କ,ପୃଥିବୀର ସବୁଠୁ ଜଟିଳ ମସ୍ତିଷ୍କ ମଧ୍ୟରୁ ଗୋଟିଏ । ହେଲେ ଆପଣ ଜାଣନ୍ତି କି, ଆମର ନିକଟ ସମ୍ପର୍କୀୟ ଓରାଙ୍ଗୁଟାନ୍‌ର ମସ୍ତିଷ୍କ ମଧ୍ୟ ଅତ୍ୟନ୍ତ ଉନ୍ନତ ? ତେବେ ଆମେ ଯଦି ମସ୍ତିଷ୍କର ଆକାର କୁ ଦେଖିବା ତାହାହେଲେ ମଣିଷ ର ମସ୍ତିଷ୍କ ଓରାଙ୍ଗୁଟାନ୍‌ ର ମସ୍ତିଷ୍କ ଠାରୁ ଯଥେଷ୍ଟ ବଡ ।ତେବେ ଆମେ ଓଜନ ଓ ଆକାର ଦେଖି କାହାର ବୁଦ୍ଧି କେତେ ତାହା ନିର୍ଣ୍ଣୟ କରିପାରିବା ନାହିଁ ।କିନ୍ତୁ ଏହି ଜୀବର  ଚମତ୍କାର ବୁଦ୍ଧି ପାଇଁ ସେ ଜିନିଷ କୁ ଟୁଲ ଭାବେ ବ୍ୟବହାର କରିଥାନ୍ତି ଏବଂ ନିଜ ସମସ୍ୟାର ସମାଧାନ ଖୋଜନ୍ତି ଏବଂ ଅଭିଜ୍ଞତା ରୁ ଶିଖନ୍ତି ।ସେମାନଙ୍କ ପାଖରେ ଯୋଜନା କରିବାର କ୍ଷମତା ମଧ୍ୟ ରହିଛି ।ସମସ୍ୟାର ସମାଧାନ ମଧ୍ୟ ନିଜେ କରିଥାନ୍ତି ଏବଂ ଏହାସହ ନିଜ ବୁଦ୍ଧି ର ମଧ୍ୟ ଉପଯୋଗ ସେମାନେ କରିପାରନ୍ତି । ଏହି ଜୀବ  ମାନେ ନିଜ ମୁଣ୍ଡରେ ଜଙ୍ଗଲ ର ରାସ୍ତା , ଗଛଲତା ର ମ୍ୟାପ ନିଜ ମସ୍ତିଷ୍କରେ ଫିଟ କରିଦିଅନ୍ତି ।ଏହାସହ କେଉଁ ଋତୁରେ କେଉଁ ଗଛରେ କେଉଁ ଫଳ ଫଳେ ସେମାନେ ଜାଣିପାରନ୍ତି ।

ମନୁଷ୍ୟ କୁ ଏମାନେ ଅନୁଧ୍ୟାନ କରି ସେମାନେ ଙ୍କ ଠାରୁ ବହୁତ କିଛି ଶିଖିଥାନ୍ତି । ଯଥା ;ଗଲ୍ଫ କୋର୍ଟ ରେ ଗଲ୍ଫ ଖେଳିବା ହେଉ , କପଡା ଧୋଇବା , ହାତୁଡ଼ିରେ କୌଣସି ଜିନିଷକୁ ପିଟିବା ଏହିଭଳି କାର୍ଯ୍ୟ ଏମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ଏବଂ ଏମାନଙ୍କୁ ଯଦି କିଛି କଥା କୁହାଯାଏ ଏମାନେ ତାକୁ ଅନୁଧ୍ୟାନ କରି ଶିଖିଯାନ୍ତି ଏବଂ ଏହାସହ ବାର୍ତ୍ତା ଓ ସୂଚନା ପ୍ରେରଣ କରିବା ମଧ୍ୟ ଦେଖାଯାଇଥାଏ ।

ତେବେ ଆମ ମନରେ ପ୍ରଶ୍ନ ଆସୁଛି ଯେ , ଏହି ଜୀବ ଏତେ ସବୁ କରିବା ପରେ ମଧ୍ୟ ମଣିଷ କାହିଁକି ଆଗରେ ରହିଛି ?ତେବେ କହିବାକୁ ଗଲେ ମଣିଷ କ୍ଷେତ୍ରରେ ଭାଷା , ଜଟିଳ ସାମାଜିକ ବ୍ୟବହାର , କୌଣସି ଜିନିଷ ବିଷୟରେ ଅନୁଧ୍ୟାନ କରିବା , ଜଟିଳ ସମସ୍ୟା ର ସମାଧାନ ଏବଂ କୌଣସି ଜିନିଷ କୁ ନେଇ ଚିନ୍ତା କରିବାର ଅସାଧାରଣ କ୍ଷମତା ରହିଛି ମଣିଷ ପାଖରେ ।ତେବେ ବୈଜ୍ଞାନିକ ଙ୍କ ମତରେ କେବଳମସ୍ତିଷ୍କର ଆକାର ନୁହେଁ, ମସ୍ତିଷ୍କ ଭିତରେ ଥିବା ସ୍ନାୟୁଗୁଡିକଙ୍କର ସଂଖ୍ୟା, ସଂଯୋଗ ଏବଂ ସେଗୁଡ଼ିକ କିପରି କାମ କରୁଛି ତାହା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଓରାଙ୍ଗଉଟାନ୍‌ର ମସ୍ତିଷ୍କ ନିଶ୍ଚିତ ଭାବରେ ଚମତ୍କାର । କିନ୍ତୁ ମଣିଷର ମସ୍ତିଷ୍କଠୁ ଅଧିକ ନୁହେଁ ।