ଅପରାଜିତା ଫୁଲର ଉପକାରିତା

ଘର ଅଗଣା କିମ୍ବା ବଗିଚାରେ ନୀଳ ରଙ୍ଗର ସୁନ୍ଦର ଫୁଲ ଅପରାଜିତା ଆପଣ ନିଶ୍ଚୟ ଦେଖିଥିବେ । ଦେଖିବାକୁ ଆକର୍ଶର ଏହି ଫୁଲ ସାଜସଜ୍ଜା କିମ୍ବା ଠାକୁର ପୂଜାରେ ବ୍ୟବହାର କରିବା ପାଇଁ ନୁହେଁ ବରଂ ଏହା ଆୟୁର୍ବେଦିକ ଏବଂ ଘୋରୋଇ ଉପଚାରରେ ବ୍ୟବହାର କରାଯାଏ । ନୀଳ ଅପରାଜିତାର ଫୁଲର ଚା ଏବେ ଚର୍ଚ୍ଚାରେ ରହିଛି ।ବିଷେଶକରି ଅପରାଜିତା ପ୍ରସ୍ତୁତ ହର୍ବାଲ ଟି ଲୋକଙ୍କ ମଧ୍ୟରେ ଲୋକପ୍ରିୟ।ଅପରାଜିତାକୁ ଚା ପିଇବା ଦ୍ୱରା ମାନସିକ ଚାପ , ଥକ୍କାପଣ ଓ ଫୁଲ ସାଧାରଣ ପାଚକ ସମସ୍ୟାର ଆରାମ ମିଳେ ।ଆୟୁରବେଦିକ ଡାକ୍ତରଙ୍କ ମତରେ ଏହି ଅପରାଜିତା ଫୁଲକୁ ବହୁ ଘରୋଇ ଉପଚାରରେ ବ୍ୟବହାର କରି ଆସୁଛୁ । ନୀଳ ଫୁଲକୁ ପାଣିରେ ଫୁଟାଇଲେ ପାଣିର ରଙ୍ଗ ମଧ୍ୟ ନୀଳ ହୋଇଯାଏ।