ଲଞ୍ଚ ହେଲା ଆଇଫୋନ ୧୮

ଲଞ୍ଚ ହେଲା ଆପଲର ଦୁଇ ନୂଆ ଫୋନ । ଆପଲ ନିଜର ଅଇଫୋନ ୧୮ ଏବଂ ଆଇଫୋନ ୧୮ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛନ୍ତି । ଗତବର୍ଷ ଆସିଥିବା ଆଇଫୋନ ୧୭ ସିରିଜ ଅପେକ୍ଷା ଏଥିରେ ରହିଛି ଅଧିକ ଫିଚର୍ସ । ଏହା ଅନେକ ଅପଗ୍ରେଡ ରହିଛି । ନୂଆ ସ୍ମାର୍ଟ ଫୋନରେ ଆଡଭାନ୍ସଡ୍ ୨ ଏନଏମ୍ ଜେନେରେସନ୍ ବିଶିଷ୍ଟ ଏ୨୦ ପ୍ରୋ ଚିପସେଟ୍, ନୂଆ ଇନ୍ ହାଉସ୍ ସି-୨ ମଡେମ୍ ଏବଂ ଏକାସଙ୍ଗେ ତିନୋଟି ଆକ୍ଟିଭିଟିଜ୍ ଦେଖାଇ ପାରୁଥିବା ଡାଇନାମିକ୍ ଆଇଲେଡ୍ ପ୍ରଦାନ କରିଛି ।

ଉଭୟ ମଡେଲରେ ଆଇଓଏସ ୨୭ ସଫ୍ଟଓୟାର ରହିଛି । ୧୮ ପ୍ରୋରେ ୬.୩ ଇଞ୍ଚର ସ୍କ୍ରିନ୍ ମିଳିବ । ପ୍ରୋ ମାକ୍ସରେ ୬.୯ର ବଡ ସ୍କ୍ରିନ୍ ମିଳିବ । ଏ୨୦ ପ୍ରୋ ପାଇଁ ଏହାର ପ୍ରୋସେସର ବହୁତ ଫାଷ୍ଟ୍ ହେବ । କ୍ୟାମେରାକୁ ଦେଖିଲେ ଏଥିରେ ୪୮ ଏମପିର ଫ୍ୟୁଜନ୍ ପ୍ରାଇମେରୀ ସେନସର୍, ୪୮ ମେକାପିକ୍ସଲର ଅଲଟ୍ରା ଓ୍ୱାଇଡ୍ ଲେନ୍ସ ଏବଂ ୪୮ ମେଗାପିକ୍ସଲର ଟେଲିସ୍କୋପିକ୍ ସେନ୍ସ ରହିଛି । ସେଲଫି ପାଇଁ ୧୮ ମେଗାପିକ୍ସଲର ଫ୍ରଣ୍ଟ୍ କ୍ୟାମେରା ରହିଛି । ସିଙ୍ଗଲ ଚାର୍ଜରେ ଦୁଇଟି ଫୋନ୍ ୨୪ରୁ ୩୦ ଘଣ୍ଟା ଯାଏଁ ଚାଲିବ ବୋଲି କମ୍ପାନୀ ଦାବି କରୁଛି ।

ଆଇଫୋନ ୧୮ପ୍ରୋର ମୂଲ୍ୟ ୧୬୪୯୦୦ଟଙ୍କା ଏବଂ ପ୍ରୋ ମ୍ୟାକ୍ସ ୧୭୯,୯୦୦ ଟଙ୍କା ରହିଛି । ୨୫୬ ଜିବି ବ୍ୟତୀତ ଏହା ୫୧୨ ଜିବି, ୧ ଟିବି, ୨ ଟିବି ଷ୍ଟୋରଜରେ ଉପଲବ୍ଧ । ୧୮ ପ୍ରୋର ୫୧୨ ଜିବି ବିଶିଷ୍ଟ ଭାରିଏଣ୍ଟର ଦାମ୍ ୧୮୯,୯୦୦ ଟଙ୍କା ରହିଛି । ସେହିପରି ୧ଟିବି ବିଶିଷ୍ଟ ଭାରିଏଣ୍ଟର ଦାମ୍ ୨୩୯୯୦୦ ଟଙ୍କା ରହିଛି । ସେହିପରି ୨ଟିବି ଭାରିଏଣ୍ଟର ଦାମ୍ ୩୧୪୯୦୦ ଟଙ୍କା ରହିଛି ।