ଚୀନ ସହ ପୁଣି ଯୋଡି ହବ ଭାରତ
୬ ବର୍ଷ ପରେ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ
ଜିନପିଙ୍ଗ ଆସିବା ପୂର୍ବରୁ ବଡ ଘୋଷଣା
ଭାରତବାସୀ ଙ୍କ ପାଇଁ ବଡ ଖବର ।ଏଣିକି ଭାରତ ରୁ ଚୀନ କୁ ସିଧାସଳଖ ଉଡ଼ିବ ବିମାନ ।ଦୀର୍ଘ ୬ ବର୍ଷ ର ଅପେକ୍ଷା ପରେ ପୁଣିଥରେ ଭାରତ ଓ ଚୀନ ସିଧାସଳଖ ବିମାନ ଯୋଗେ ଯୋଡି ହେବ ।ଆସନ୍ତା ୨୧ ତାରିଖ ରୁ ନୂଆଦିଲ୍ଲୀ ରୁ ଚୀନର ଗୁଆଙ୍ଗଜୋ କୁ ଆରମ୍ଭ ହେବ ଡାଇରେକଟ ଫ୍ଲାଇଟ ।ତେବେ ସୂଚନା ମୁତାବକ କାରଣ ମହାମାରୀ ପରଠାରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ ରହିଥିଲା ଏବେ ପୁଣି ଥରେଏହି ସେବା ଆରମ୍ଭ ହେବା ଫଳରେ ଦୁଇ ଦେଶ ମଧ୍ୟରେ ଯାତାୟାତ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି ।
କେବଳ ଭାରତ ନୁହେଁ , ଦକ୍ଷିଣ ଏସିଆ ଅଂଚଳ ରେ ସପ୍ତାହକୁ ୧୦୦ ରୁ ଅଧିକ ଫ୍ଲାଇଟ ଚଳାଚଳ କରାଇବାକୁ ଯୋଜନା ରହିଥିବା ଚାଇନା ଏୟାର ଲାଇନ ପକ୍ଷରୁ କୁହାଯାଇଛି ।ଏହା ଦୁଇ ଦେଶ ମଧ୍ୟରେ ଲୋକଙ୍କ ଯାତାୟାତ ସହିତ ବ୍ୟବସାୟିକ ଏବଂ ଆର୍ଥିକ ସମ୍ପର୍କ କୁ ମଧ୍ୟ ଗତି ଦେଇପାରେ ।ଚୀନ ରାଷ୍ଟ୍ର ଦୂତ ଜୁ ଫିହୋଙ୍ଗ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦ କୁ ଉପଯୁକ୍ତ ଢଙ୍ଗରେ ସମାଧାନ କରାଯିବା ଆବଶ୍ୟକ ।ତେଣୁ ୬ ବର୍ଷ ପରେ ଡାଇରେକ୍ଟ ଫ୍ଲାଇଟ ଆରମ୍ଭ ହେବାକୁ ଭାରତ -ଚୀନ ସମ୍ପର୍କ ରେ ଏକ ନୂଆ ଅଧ୍ୟାୟ ର ସଂକେତ ଭାବେ ଦେଖା ଯାଉଛି ।ତେବେ ଜିନପିଙ୍ଗ ଙ୍କ ଭାରତ ଗସ୍ତ ଏବଂ ଦୁଇ ଦେଶ ର ଆଲୋଚନା ଉପରେ ସମସ୍ତଙ୍କ ନଜର ।ଆଗାମୀ ଦିନରେ ଭାରତ – ଚୀନ ସମ୍ପର୍କ କେଉଁ ଦିଗ କୁ ଯାଉଛି , ତାହା ଉପରେ ସମସ୍ତଙ୍କ ନଜର ।