ମୃତ୍ୟୁ କୁ ନେଇ ବୈଜ୍ଞାନିକ ଙ୍କ ବଡ ଖୁଲାସା

ମୃତ୍ୟୁକୁ ନେଇ ବୈଜ୍ଞାନିକଙ୍କ ବଡ଼ ଖୁଲାସା

ଅସମ୍ଭବକୁ ସମ୍ଭବ କଲା ବିଜ୍ଞାନ

ଜନ୍ମ ଏବଂ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଏହା ମନୁଷ୍ୟ ଜୀବନର ଏକ ସାଧାରଣ ପ୍ରକ୍ରିୟା । ଜନ୍ମ ଯେତିକି ଖୁସି ଦେଇଥାଏ ମୃତ୍ୟୁ ତା’ଠାରୁ ଅଧିକ ଦୁଃଖ ଦାୟକ କିନ୍ତୁ ଜନ୍ମ ଏବଂ ମୃତ୍ୟୁ କାହା ହାତରେ ନଥାଏ । କେତେବେଳେ କେଉଁ ସମୟରେ ମୃତ୍ୟୁ ଆସିବ ତାହା କହିବା ମୁସ୍କିଲ  । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ମାନେ ଏକ ଏପରି ଟୁଲ ବିକଶିତ କରିଛନ୍ତି ଯାହା ମୃତ୍ୟୁର ପୂର୍ବାନୁମାନ କରିପାରିବ ଏବଂ କେବେ ମୃତ୍ୟୁ ହେବ ତାହା ଦର୍ଶାଇ ପାରିବ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏହି ଅସମ୍ଭବ କାମକୁ ସମ୍ଭବ କରିପାରିଛି । ସୂଚନା ମୁତାବକ ବୈଜ୍ଞାନିକମାନେ ଏକ ଏପରି ଟୁଲ୍‌ ବିକଶିତ କରିଛନ୍ତି ଯାହା ଜଣେ ବ୍ୟକ୍ତିଙ୍କ ବୟସ ଏବଂ ତାଙ୍କ ଶରୀର କେତେ ଦିନ ପର୍ଯ୍ୟନ୍ତ ରହିବ ତାହା  ଆକଳନ କରିପାରିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିଜ୍ଞାନ ଦ୍ୱାରା ଏ ସବୁ ସମ୍ଭବ ହୋଇପାରିଛି । ରିପୋର୍ଟ ମୁତାବକ, ଜାପାନର ହାର୍ଭାର୍ଡ ମେଡିକାଲ ସ୍କୁଲ ଏବଂ ଟୋହୋକୁ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନ ‘ନେଚର’ ପତ୍ରିକାରେ ପ୍ରକାଶିତ ହୋଇଛି ।  ସାଧାରଣତଃ ଆମେ ଜନ୍ମ ହେବା ପରଠାରୁ ବର୍ଷ ସଂଖ୍ୟା ଦ୍ୱାରା ଆମର ବୟସ ମାପ କରିଆସୁଛୁ କିନ୍ତୁ ବୈଜ୍ଞାନିକମାନେ ଏବେ ଟ୍ରାନ୍ସକ୍ରିପ୍ଟୋମିକ୍ କ୍ଲକ ନାମକ ଏକ ନୂତନ ଉପକରଣ ବିକଶିତ କରିଛନ୍ତି, ଯାହା ବର୍ଷ କିମ୍ବା ମାସ ବଦଳରେ ଆମ ଶରୀରର କୋଷଗୁଡ଼ିକର କାର୍ଯ୍ୟକାରିତା ଉପରେ ଆଧାର କରି ଜୈବିକ ବୟସ ମାପ କରେ ଏବଂ ମାନବ ଶରୀର ଭିତରେ ଘଟୁଥିବା କାର୍ଯ୍ୟର ଏକ ସଠିକ୍ ଚିତ୍ର ପ୍ରଦାନ କରେ । ଏହି ଅଧ୍ୟୟନର ମୁଖ୍ୟ ଲେଖକ ଆଲେକଜାଣ୍ଡାର ଟାଇସ୍କୋଭସ୍କି ବ୍ୟାଖ୍ୟା କରିଛନ୍ତି ଯେ ଯେଉଁ କୋଷଗୁଡ଼ିକରେ ସୁସ୍ଥ କୋଷ ବିଭାଜନ ଏବଂ କ୍ଷତ ଚିକିତ୍ସା ସହିତ ଜଡିତ ଜିନ୍ ସକ୍ରିୟ ଥିଲା, ସେଗୁଡ଼ିକ ଧୀରେ ଧୀରେ ବୃଦ୍ଧ ହେଉଥିଲେ । ବିପରୀତରେ,ଯେଉଁ କୋଷଗୁଡ଼ିକରେ ପ୍ରଦାହ ଏବଂ କୋଷ ମୃତ୍ୟୁ ସହିତ ଜଡିତ ଜିନ୍ ଅଧିକ ସକ୍ରିୟ ଥିଲା, ସେଗୁଡ଼ିକ ବୃଦ୍ଧ ହେଉଥିଲେ ଏବଂ ଶୀଘ୍ର ମରୁଥିଲେ । ମଣିଷଙ୍କଠାରେ ଏହି ଜିନ୍‌ଗୁଡ଼ିକର ଆଚରଣ ଉପରେ ଆଧାର କରି, ଭବିଷ୍ୟତରେ ଜଣେ ବ୍ୟକ୍ତି କେବେ ମୃତ୍ୟୁବରଣ କରିପାରନ୍ତି ତାହା ପୂର୍ବାନୁମାନ କରିବା ସମ୍ଭବ ହୋଇଥିଲା ।