ନିଜ ଲୋକ ପାଲଟିଲା ରାକ୍ଷସ। ନିଦରେ ଶୋଇଥିବା ପତ୍ନୀ ଓ ୩ ଝିଅକୁ ନିର୍ମମ ଭାବେ ଭାବେ ହତ୍ୟା କଲା ସ୍ବାମୀ। ଘଟଣା ଘଟିଛି ରାଜସ୍ଥାନର ଜୟପୁରରରେ ।ସମସ୍ତେ ନିଦରେ ଶୋଇଥିବା ବେଳେ ବ୍ୟକ୍ତି ଜଣକ ଗୁପ୍ତ ଭାବେ ଘରେ ପଶିଥିଲା। ଏହାପରେ ପତ୍ନୀ ଓ ୩ ଝିଅଙ୍କ ମୁଣ୍ଡକୁ ଗୋଟିଏ ପଥରରେ ଛେଚି ହତ୍ୟା କରିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରାଣ ହରାଇଥି ମହିଳା ଜଣଙ୍କ ହେଲେ ୪୦ ବର୍ଷୀୟ ଗୀତା ଝା। ଝିଅମାନଙ୍କ ବୟସ ୧୭ରୁ ୨୩ ବର୍ଷ ମଧ୍ୟରେ ହେବ। ଗୀତାଙ୍କ ସ୍ୱାମୀ ରାହୁଲ ଝା ହିଁ ସମସ୍ତଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ୍ କହିଛି।

ଘଟଣା ପରେ ରାହୁଲ ଝା ଫେରାର ହୋଇ ଯାଇଛି। ତା’କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ପାରିବାରିକ ବିବାଦରୁ ଏତେ ବଡ଼ ଘଟଣା ଘଟିଥିବା ପୁଲିସ୍ ସନ୍ଦେହ କରୁଛି। ଫରେନ୍ସିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ଛାନଭିନ କରିଛନ୍ତି। ରକ୍ତ ନମୁନା ଓ ଅନ୍ୟ ତଥ୍ୟ ମଧ୍ୟ ଘଟଣା ସ୍ଥଳରୁ ସଂଗ୍ରହ କରାଯାଇଛି। ହତ୍ୟାରେ ବ୍ୟବହୃତ ସନ୍ଦିଗ୍ଧ ପଥରକୁ ମଧ୍ୟ ପୁଲିସ୍ ଜବତ କରିଛି।