ପ୍ରୋଟିନ ଅଭାବ ଦୂର କରେ କୋଳଥ ଡାଲି

କୋଳଥ ଡାଲିରେ ବହୁ ପରିମାଣରେ ପୋଷକତତ୍ତ୍ୱତ୍ତରହିଛି । କୋଳଥ ଡାଲି ଶରୀରରେ କଫ ଓ ବାତ ଦୋଷକୁ କମାଇବାରେ ସାହାଯ୍ୟ କରେ । ଯେଊଁମାନଙ୍କ ଶରୀରରେ ପ୍ରେଟିନର ଅଭାବ ଥାଏ ସେମାନଙ୍କ ପାଇଁ କୋଳଥ ଡାଲି ଅତ୍ୟନ୍ତ ଉପକାରୀତା । ଶାକାହାରୀଙ୍କ ପ୍ରୋଟିନରେ ଏହି ଡାଲିକୁ ସାମିଲ କଲେ ଭଲ ଫଳ ଦେଇଥାଏ । କୋଳଥ ଡାଲିକୁ ଡାଏଟରେ ସାମିଲ କଲେ କେବଳ ପ୍ରେଟିନ ନୁହେଁ ବରଂ ଫାଇବର , ଆଇରନ , କ୍ୟାଲସିୟମ ଓ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ପ୍ରଚୁର ପରିମାଣରେ ରହିଛି । କୋଳଥ ଡାଲିର ଉପକାରିତା ବିଷୟରେ ବହୁ ଡାକ୍ତର ମାନେ ମତ ଦେଇଛନ୍ତି ।

କିଡନିର ଷ୍ଟୋନ ସମସ୍ୟା ଥିଲେ , କୋଳଥ ଡାଲିରେ ଥିବା ଗୁଣ ପଥରକୁ ଭାଙ୍ଗିବାରେ ସାହାଯ୍ୟ କରେ ବୋଲି ମନାଯାଏ । ପରିଶ୍ରାର ପରିମାଣ ବଢ଼ାଇ ଷ୍ଟୋନ ଶରୀରରୁ ବାହାର କରିବାରେ ସହଯୋଗ କରେ ।

ବାରମ୍ବାର ସର୍ଦ୍ଦି, କଫ, ସାଇନସ୍ ସମସ୍ୟା ଥିଲେ କୋଳଥ ଡାଲି ଖାଆନ୍ତୁ । ଏହି ଡାଲିରେ ବହୁ ପରିମାଣରେ ଫାଇବର ଥିବାରୁ ଉପକାର ମିଳିଥାଏ ।

କୋଳଥ ଡାଲିରେ କ୍ୟାଲସିୟମ ଓ ଫସଫରସ୍ ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ ।ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରି ଗଣ୍ଠିର ଯନ୍ତ୍ରଣା ଓ ସୁ ଜନ କମାଇବାରେ ସାହାଯ୍ୟ କରେ ।