ପିଆଜ କିଲୋ ୩୫

ସାରା ରାଜ୍ୟରେ ପିଆଜ ଦର ବଢ଼ିଛି । ଯେତିକି ଆବଶ୍ୟକ ସେତିକି ପିଆଜ ବଜାରକୁ ଆସୁନି । ଗରିବର ପଖାଳ କଂସାରୁ ଗାଏବ ହୋଇଗଲାଣି ପିଆଜ । ଛୁଇଁବା ତ ଦୂର କଥା କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି ।କନ୍ଦାଉଛି ପିଆଜ । ଏବେ ବଜାରରେ ପିଆଜର ପାଇକାରୀ ଦର ୬୦ କିନ୍ତୁ ଦୋକାନରେ ଏହା ୭୦ ଛୁଇଁଲାଣି । ଲୋକ ହନ୍ତସନ୍ତ ହେଉଛନ୍ତି ।ସାରା ରାଜ୍ୟରେ ପାଖାପାଖି ସମାନ ଅବସ୍ତା । ଏହି ସବୁ ଭିତରେ ଏବେ ପିଆଜ କିଲୋ ୩୫ ଟଙ୍କାରେ ମିଳୁଛି । ଭୁବନେଶ୍ୱର ,କଟକ , ପୁରୀ ଓ ଜଗତସିଂହପୁର ଏହି ଚାରୋଟି ଜାଗାରେ ପିଆଜ କିଲେ ୩୫ରେ ମିଳୁଛି ।ମୋବାଇଲ ଭ୍ୟାନରେ ବୁଲି କିଲୋ ପିଛା ୩୫ ଟଙ୍କାରେ ପିଆଜ ବିକ୍ରି କରାଯିବ । ଉପଭୋକ୍ତା ନାଫେଡରେ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ବିକ୍ରି ସ୍ଥାନ ବିଷୟରେ ଜାଣିପାରିବେ । ଯେଉଁଠି ଦିନକୁ ୫ରୁ ୬ ଟ୍ରକ୍ ଆସୁଥିଲା, ବର୍ତ୍ତମାନ ମାତ୍ର ଗୋଟିଏ କି ଦୁଇଟି ଆସୁଛି । ଫଳରେ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି । ଆଉ ଯାହାର ସିଧା ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡୁଛି ।