ଯବାନଙ୍କ ଗୁଳିରେ ଦୁଇ ମହିଳା ସମେତ ତିନି ମାଓବାଦୀ ମୃତ

ମାଲକାନଗିରି (ସୂର୍ଯ୍ୟକାନ୍ତ ବେହେରା) : ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ସମେତ ତିନି ଜଣଙ୍କର ମୃତ୍ୟ ହୋଇଛି । ଆଜି ତୁଳସୀ ଫରେଷ୍ଟ ରେଞ୍ଜରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମାଓବାଦୀ ମାନେ ଯବାନଙ୍କ ଗୁଳିର ଶିକାର ହୋଇଥିଲେ । ବିଶେଷ ସୁତ୍ରରୁ ସୂଚନା ପାଇ ମାଲକାନଗିରି ଡିଭିଏଫ ଓ ଏସଓଜି ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀ ଯବାନ ଉପରେ ଗୁଳି ଚଳାଇଥିଲେ । ଯାହା ପରେ ପାଲଟା ଜବାବ ଆକ୍ରମଣ କରିଥିଲା ଏସଓଜି । ଅନେକ ମାଓବାଦୀ ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଲୁଚିରହିଥିବା କହିଛନ୍ତି ଡିଜିପି ।