ଜିଲ୍ଲାସ୍ତରୀୟ “୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬”

ପୋଷଣ ମାସ ପାଳନ ଅବସରରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ “୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ଟିହୀନତାର ନିରାକରଣ, ତୃଣମୂଳ ସ୍ତରରେ ପୁଷ୍ଟିକର ଖାଦ୍ୟର ଉପଲବ୍ଧତା ଏବଂ ଶିଶୁ ଓ ମାତୃ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ପରିପ୍ରେକ୍ଷୀରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ପୁଷ୍ଟିହୀନତାରୁ ଆରୋଗ୍ୟ ଲାଭ କରିଥିବା ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଭର୍ତ୍ତି ଫୁଡ୍ ବାସ୍କେଟ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ସିଡ଼ିପିଓ, ପୋଷଣ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।