ଛାତ୍ର ସଂସଦ ନିର୍ବାଚନ : ବିଭିନ୍ନ କଲେଜରେ ଏବିଭିପିର ବାଜିମାତ୍

ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମାର୍ଶାଘାଇ ମହାବିଦ୍ୟାଳୟ, ଅନ୍ତେଇ ମହାବିଦ୍ୟାଳୟ, କଟକ ଜିଲ୍ଲାର କିଶୋରନଗର ଡିଗ୍ରୀ କଲେଜ, କଟକ ମହାବିଦ୍ୟାଳୟ ଏବଂ ଅନୁଗୋଳ ଜିଲ୍ଲାର ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବିଭିପି ବିଜୟୀ ହୋଇଛି। ଏହି କଲେଜଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ସଭାପତି ପଦ ସମେତ ଏବିଭିପି ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି।

ସେହିପରି ଭୁବନେଶ୍ୱରର ରାଜଧାନୀ କଲେଜ, ଶ୍ରୀ ଜୟଦେବ କଲେଜ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି ଏବଂ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ (ବିଜେବି କଲେଜ)ରେ ମଧ୍ୟ ଏବିଭିପି ବିଜୟୀ ହୋଇଛି। ବିଜେବି କଲେଜରେ ଏବିଭିପିର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଧାମନଗର ମହାବିଦ୍ୟାଳୟରେ ମଧ୍ୟ ଏବିଭିପିର ସମସ୍ତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବିଭିନ୍ନ କଲେଜରେ ଏହି ସଫଳତାକୁ ନେଇ ଏବିଭିପି ପକ୍ଷରୁ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ସୂଚନାନୁସାରେ, କମଳା ନେହେରୁ କଲେଜ ରେ ବିସିଜେଡି ର ବାଜିମାତ ।