ଚାଲିଗଲେ ବଲିଉଡ୍ର ବରିଷ୍ଠ ଅଭିନେତା ନାନା ପାଟେକର। ଭାଇରାଲ ହେଉଛି ଶେଷ ଭିଡିଓ। ମୃତ୍ୟୁର ମାତ୍ର ୪ ଦିନ ପୂର୍ବରୁ, ଅକ୍ଟୋବର ୪ରେ ଗୋଆର ଡୋନା ପାଉଲାରେ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ସମୟରେ ମଞ୍ଚ ଓ ଥିଏଟର ପ୍ରତି ତାଙ୍କର ଗଭୀର ଭଲପାଇବା ବିଷୟରେ କହିବା ସହ ଜୀବନ ଓ ମୃତ୍ୟୁ ନେଇ ମଧ୍ୟ ଏକ ଭାବପ୍ରବଣ ମନ୍ତବ୍ୟ ଦେଇଥିଲେ।
ଏହି ଅବସରରେ ସେ କହିଥିଲେ, ଦିନେ ନା ଦିନେ ସମସ୍ତଙ୍କୁ ଯିବାକୁ ପଡ଼ିବ ଏବଂ ମୁଁ କାଲି ଏଠାରେ ଥିବି କି ନାହିଁ, ତାହା ମୁଁ ଜାଣଣିନି। ମୃତ୍ୟୁ ପରେ ତାଙ୍କର ଏହି କଥା ଏବେ ତାଙ୍କ ପ୍ରଶଂସକଙ୍କ ମନକୁ ଆହୁରି ଛୁଇଁଯାଇଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।
କାର୍ଯ୍ୟକ୍ରମରେ ନାନା ପାଟେକର ସ୍ଥାନୀୟ କଳାକାରଙ୍କ ସହ ଆଲୋଚନା କରିଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇବା ସହ ସ୍ଥାନୀୟ ‘ଦେଖଣୀ’ ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିବା ଭିଡିଓ ସାମ୍ନାକୁ ଆସିଛି। ନିଜର ଥିଏଟର ଦିନକୁ ମନେ ପକାଇ ସେ କହିଥିଲେ ଯେ, ଅଭିନୟ ଓ ମଞ୍ଚ ସହ ତାଙ୍କର ସମ୍ପର୍କ ଆଜି ବି ସେତିକି ଗଭୀର। ଥିଏଟର କରିବା ଜାରି ରଖିବାକୁ ତାଙ୍କର ଇଚ୍ଛା ଥିବା କଥା ମଧ୍ୟ କହିଥିଲେ।