ଫଳାଫଳ ଘୋଷଣା ପରେ ବି ହୋଇପାରିନି ଶପଥ ପାଠ

ଗଞ୍ଜାମ ଜିଲ୍ଲା ର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡି ଗଡ଼। ୨୫ ବର୍ଷ ଧରି ଏଠାରୁ ଲଗାତାର ବିଜେଡି ହାତ କୁ ଯାଇଛି ବିଧାୟକ ଆସନ। ଏବେ ଭି ବିଧାୟକ ଭାବେ ପ୍ରତି ନିଧିତ୍ୱ କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତଥାପି ଚଳିତ ବର୍ଷ ହିଞ୍ଜିଳିକାଟୁ ସ୍ୱୟଂମ ଶାସିତ ବିଜ୍ଞାନ ମହା ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ସଭାପତି ପଦବୀ ହାତେଇଲା ବିଜେପି। AVBP ପାର୍ଥୀନୀ ସୁକନ୍ୟା ପାତ୍ର ବିଜୟୀ ହୋଇଥିବା ନେଇ କଲେଜ ନୋଟିସ ବୋର୍ଡ ରେ କଲେଜ କତୃପକ୍ଷ ଜାରି କରିଛନ୍ତି।

ବର୍ତମାନ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ସ୍ୱୟଂମ ଶାସିତ ବିଜ୍ଞାନ ମହା ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳା ଫଳ ଘୋଷଣା ପରେ ଭି ହୋଇପାରିନି ଶପଥ ପାଠ ॥ ସଭାପତି ପଦବୀ ଟି AVBP ହାତକୁ ଯାଇଥିବା ବେଳେ ଅନ୍ୟ ସବୁ ପଦବୀ BCJD ହାତକୁ ଯାଇଛି।ଯାହାକୁ ନେଇ ବିଜେଡି ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଥିବା ପାର୍ଥୀ ଅଭିନାଶ ପୁନଃ ଗଣତି କରିବାକୁ ଦାବି ॥ବର୍ତମାନ କଲେଜ ପରିସର ରେ ଦୁଇ ଗୋଷ୍ଠି ହାତା ହାତୀ।