କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରିଛନ୍ତି ଭାରତର ଅଭିଜ୍ଞ ଓପନିଂ ବ୍ୟାଟର ପୁନମ ରାଉତ

ଭାରତୀୟ ମହିଳା କ୍ରିକେଟ୍‌ରୁ ଆସିଛି ଏକ ବଡ଼ ଖବର। ଭାରତୀୟ ମହିଳା କ୍ରିକେଟ୍‌କୁ ପୁନମ ରାଉତଙ୍କ ଅଲବିଦା। ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି ଭାରତର ଅଭିଜ୍ଞ ଓପନିଂ ବ୍ୟାଟର ପୁନମ ରାଉତ। ୩୭ ବର୍ଷୀୟା ପୁନମ ଗୁରୁବାର ନିଜର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆ ପାଇଁ ଖେଳିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି।

Punam Raut dropped from India women's cricket team for ODI series vs  England | Punam Raut dropped from India women's cricket team for ODI series  vs England

ମୁମ୍ବାଇରୁ ଆସୁଥିବା ପୁନମ ଦୀର୍ଘଦିନ ଧରି ଭାରତୀୟ ଦଳର ଅଂଶ ରହିଥିଲେ। ତେବେ ଗତ ପ୍ରାୟ ପାଞ୍ଚ ବର୍ଷ ହେବ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରରେ ରହିଥିଲେ। ଘରୋଇ କ୍ରିକେଟ୍ ଏବଂ ମହିଳା ପ୍ରିମିୟର ଲିଗ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା। ଏହି ପରିସ୍ଥିତି ମଧ୍ୟରେ ଏବେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି ଏହି ଅଭିଜ୍ଞ ବ୍ୟାଟର।

Disappointed at not being a part of World Cup squad: Punam Raut

ତେବେ ପୁନମଙ୍କ କ୍ରିକେଟ୍ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଅଧ୍ୟାୟ ହେଉଛି ୨୦୧୭ ମହିଳା ବିଶ୍ୱକପ୍। ଇଂଲଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ପୁନମ ରାଉତ ୮୬ ରନ୍‌ର ଲଢ଼ୁଆ ପାଳି ଖେଳିଥିଲେ। ତାଙ୍କର ଏହି ଇନିଂସ ଆଜି ବି କ୍ରିକେଟ୍ ପ୍ରେମୀଙ୍କ ମନରେ ରହିଛି। ଭାରତୀୟ ମହିଳା କ୍ରିକେଟ୍‌କୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଥିବା ପୁନମ ରାଉତଙ୍କ ଅବସର ସହ ଶେଷ ହୋଇଛି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ ଯାତ୍ରା। ମଇଦାନରେ ତାଙ୍କର ପ୍ରଦର୍ଶନ ଓ ଅବଦାନକୁ ନିଶ୍ଚିତ ମନେ ରଖିବେ କ୍ରିକେଟ୍ ପ୍ରେମୀ।

Punam Raut - Times of India