କ୍ରିକେଟ୍ ପଡ଼ିଆରେ ବାପାଙ୍କ ଭଳି ବ୍ୟାଟିଂରେ ବିସ୍ଫୋରଣ କଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ବାପାଙ୍କ ଭଳି ବ୍ୟାଟିଂରେ ବିସ୍ଫୋରଣ ! କ୍ରିକେଟ୍ ପଡ଼ିଆରେ ଧମାକା କଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର । ମାତ୍ର ୧୪୩ ବଲ୍‌ରେ ୧୭୩ ରନ୍‌ର ଦମଦାର ଇନିଂସ ଖେଳି ସମସ୍ତଙ୍କୁ କରିଛନ୍ତି ଚକିତ । ତାଙ୍କ ବ୍ୟାଟିଂରେ ପୁଣିଥରେ ଝଲସିଛି ବାପାଙ୍କ ଆକ୍ରମଣାତ୍ମକ ଅନ୍ଦାଜ । ଭିନୁ ମାଙ୍କଡ଼ ଟ୍ରଫି ଏଲିଟ୍ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ଅଧିନାୟକ ଆର୍ଯ୍ୟବୀର ଚଣ୍ଡୀଗଡ଼ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିଛନ୍ତି । ୧୮ ବର୍ଷୀୟ ଆର୍ଯ୍ୟବୀରଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀ ୫୦ ଓଭରରେ ୬ ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଛି ।

Who is Virender Sehwag's son Aaryavir? All about India legend's son as he  smashes 297 for Delhi U-19 | Cricket News - The Times of India

ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ ଓପନର୍ ଆର୍ଯ୍ୟବୀର ଏବଂ ଅର୍ଣ୍ଣବ ବୁଗ୍ଗା । ଉଭୟ ପ୍ରଥମ ୱିକେଟ୍‌ରେ ୯୮ ରନ୍ ଯୋଡ଼ି ଦଳକୁ ମଜଭୁତ ଆରମ୍ଭ ଦେଇଥିଲେ । ଅର୍ଣ୍ଣବ ୪୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଆର୍ଯ୍ୟବୀର ଗୋଟିଏ ପଟେ ଦୃଢ଼ ଭାବେ ରହିଥିଲେ । ପରେ ଅଭିଳାଷ ସିଂହଙ୍କ ୧୮ ରନ୍ ଏବଂ ଶାନ୍ତନୁ ଯାଦବଙ୍କ ୨୭ ରନ୍‌ର ସହଯୋଗରେ ଦିଲ୍ଲୀର ସ୍କୋର ଆଗକୁ ବଢ଼ିଥିଲା । ଶେଷରେ ୪୬ତମ ଓଭରରେ ଶ୍ରେଷ୍ଠ ଦୁଗଲଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ ଆର୍ଯ୍ୟବୀର । କିନ୍ତୁ ସେତେବେଳକୁ ନିଜ ବ୍ୟାଟ୍‌ରେ ଏକ ବଡ଼ ଇନିଂସ ଖେଳି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇ ସାରିଥିଲେ ।

Virender Sehwag's Son Aaryavir Takes Internet By Storm, Slams Double  Century In This Prestigious Tournament | Cricket News

ବାପା ବୀରେନ୍ଦ୍ର ସେହୱାଗ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବିଶ୍ୱ କ୍ରିକେଟ୍‌ରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ଏବେ ପୁଅ ଆର୍ଯ୍ୟବୀରଙ୍କ ଏହି ଦମଦାର ଇନିଂସ ଯୁବ କ୍ରିକେଟ୍‌ରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ଆଗାମୀ ଦିନରେ ଆର୍ଯ୍ୟବୀର ନିଜ ପ୍ରଦର୍ଶନକୁ କିପରି ଜାରି ରଖୁଛନ୍ତି, ତାହା ଉପରେ ରହିବ କ୍ରିକେଟ୍ ପ୍ରେମୀଙ୍କ ନଜର ।

Vinoo Mankad Trophy: Virender Sehwag's son Aaryavir steals the show with  173-run knock for Delhi U19s - India Today