ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ପଂଚାୟତର ପଂଚାୟତରାଜ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକର୍ମ ସମ୍ପନ୍ନ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରିୟଦର୍ଶିନୀ ନାୟକଙ୍କ ସଭାପତି ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା | ମୁଖ୍ୟ ଅତିଥି ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଓ ଢେଙ୍କାନାଳ ଜିଲ୍ଲା ସାଂସଦ ରୁଦ୍ର ପାଣି, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳବେହେରା ଯୋଗ ଦେଇଥିଲେ | ଏଥିରେ ବ୍ଲକ ଅନ୍ତର୍ଗତ ୧୭ଟି କ୍ଲଷ୍ଟର ୩୨୦ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ, ପ୍ରବନ୍ଧ, ଲିଖନ, ଚିତ୍ରାଙ୍କନ, କୁଇଜ଼, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗଣ ଦୌଡ ଓ ଗଣିତ କୁଇଜ଼ ରେ ସଫଳତାର ସହ ଅଂଶଗ୍ରହଣ କରିଥିଲେ | କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ପରେ ଛାତ୍ରଛାତ୍ରୀମାନେ ଢେଙ୍କାନାଳ ଜିଲ୍ଲାରେ ପ୍ରତିଯୋଗିତା କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ନାୟକ କହିଛନ୍ତି |