କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍’ ରିଲିଜ୍ ପୂର୍ବରୁ ବେଶ ଚର୍ଚ୍ଚାରେ ଥିଲା ଏହି ଫିଲ୍ମ ଜରିଆରେ ୟଶଙ୍କ ୪ ବର୍ଷର କମବ୍ୟାକ୍କୁ ନେଇ ବି ଚର୍ଚ୍ଚା ହେଉଥିଲା ।ଏହି ଫିଲ୍ମ ଜରିଆରେ ୟଶଙ୍କ ୪ ବର୍ଷର କମବ୍ୟାକ୍କୁ ନେଇ ବି ଚର୍ଚ୍ଚା ହେଉଥିଲା । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ସାଇକୋଲଜିକାଲ୍ ଗ୍ୟାଙ୍ଗଷ୍ଟର ଆକ୍ସନ୍ ଥ୍ରିଲର। ଫିଲ୍ମରେ ୟଶଙ୍କ ସହ କିଆରା ଆଡଭାନୀ, ନୟନତାରା, ହୁମା କୁରେଶୀ, ତାରା ସୁତାରିଆ ଓ ରୁକ୍ମିଣୀ ବସନ୍ତ ଭଳି କଳାକାର ଅଭିନୟ କରିଛନ୍ତି।ଫିଲ୍ମରେ ୟଶ ଡବଲ୍ ରୋଲ୍ରେ ନଜର ଆସିଛନ୍ତି। ଫିଲ୍ମର ପ୍ରଡକ୍ସନ ବଜେଟ୍ ପ୍ରାୟ ୪୫୦ କୋଟି ଥିଲା । ଅନ୍ୟାନ୍ୟ ଖର୍ଚ୍ଚ ଯୋଡ଼ିବା ପରେ ଏହା ୫୦୦ କୋଟି ରହିଥିଲା । ଯାହାକୁ ନେଇ ଆକ୍ଟର ୟଶଙ୍କଠାରୁ ଫିଲ୍ମ ମେକରମାନେ ଚିନ୍ତାରେ ଅଛନ୍ତି ।ସାକନିଲ୍କର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଭାରତରେ ‘ଟକ୍ସିକ୍’ ଏପର୍ୟ୍ୟନ୍ତ ପ୍ରାୟ ୨୪୮.୫୦ କୋଟି ଟଙ୍କା ଆୟ କରିଛି। ସେହିପରି ବିଶ୍ୱବ୍ୟାପୀ ସଂଗ୍ରହ ପ୍ରାୟ ୩୪୦.୧୦ କୋଟି ଟଙ୍କା ରହିଛି।ଫିଲ୍ମ ମୁକ୍ତିଲାଭ କରିବାର ୧୫ ଦିନ ପର୍ୟ୍ୟନ୍ତ ବିଶ୍ଵବ୍ୟାପୀ ବ୍ୟବସାୟ ୩୩୯.୩୨ କୋଟି ଥିଲା । ସେହିପରି ୧୬ ଦିନ ଏହା ଦ୍ରୁତ ଗତିରେ ହ୍ରାସ ପାଇ ୪୦ ଲକ୍ଷକୁ ଆସିଥିଲା । ଅର୍ଥାତ୍ ଯେଉଁ ଫିଲ୍ମ ପ୍ରଥମ ଦିନ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିଲା, ତାହା କିଛି ଦିନ ମଧ୍ୟରେ ବକ୍ସ ଅଫିସରେ ଧରାଶାୟୀ ହୋଇଥିଲା ।