ଥାଇଲାଣ୍ଡ ରେ ଚମକିଲେ ଓଡ଼ିଆ ଝିଅ

ନୟାଗଡ ର ଗର୍ବ ବଢ଼ାଇଲେ ଆୟାନୀ । ଥାଇଲାଣ୍ଡ ରେ ଚମକିଲେ ଓଡ଼ିଆ ଝିଅ ଆୟାନୀ ଆଲିଶା ଆକାଂକ୍ଷା । ନୟାଗଡ଼ ବ୍ଲକ ସୁନାଲଟି ଗାଁର ଝିଅ ଆୟାନୀ । ସୁଦୂର ଥାଇଲାଣ୍ଡର ବ୍ୟାଙ୍କକକ୍ ଠାରେ ଆୟୋଜିତ ‘ମିସ ଟିନ୍ ସୁପର ଗ୍ଲୋବ’ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ନୟାଗଡ଼ ବ୍ଲକ ସୁନାଲଟି ଗାଁର ଗୋପାଳ ଚନ୍ଦ୍ର ଦଳେଇଙ୍କ ସାନ ଝିଅ ଆୟାନି ଆଲିଶା ଆକାଂକ୍ଷା । ବିଭିନ୍ନ ଦେଶରୁ ଶ୍ରେଷ୍ଠ  ୩୦ ଜଣ ମହାଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଚଳିତ ବର୍ଷ  ‘ମିସ ଏସିଆ’ ମୁକୁଟ ପିନ୍ଧିବା ସହ ଏସିଆନ୍ ଟପ୍ସର ଆଓ୍ବାର୍ଡ ହାସଲ କରିଛନ୍ତି ।  ଆୟାନିଙ୍କ ବୟସ ମାତ୍ର ୧୩ ବର୍ଷ । ସେ ବର୍ତ୍ତମାନ ଖୋର୍ଦ୍ଧାରେ ରହି ନବମ ଶ୍ରେଣୀରେ ପାଠ ପଢୁଛନ୍ତି । କଠିନ ପରିଶ୍ରମ ହିଁ ତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସେ ମତବ୍ୟକ୍ତ କରିଛନ୍ତି ।