(ଶୁଭସ୍ମିତା ଦାଶ): ସାଧାରଣତଃ ଭ୍ରମଣ ଶଦ୍ଧଟି ଆମ ଜୀବନରେ ବେଶ୍ ଗରୁତ୍ୱ ବହନ କରେ । ବ୍ୟକ୍ତି ଟିଏ ତାର ପ୍ରତିଦିନ ନିତିଦିନିଆ କାର୍ଯ୍ୟ କରି ବ୍ୟସ୍ତ ଓ କ୍ଲାନ୍ତ ଅନୁଭବ କରିଥାଏ । ଶରୀର ଓ ମନ ଉଭୟ ଚାହିଁନ୍ତି ବିଶ୍ରାମ । ନିତିଦିନିଆ ରୁଟିନ୍ରୁ ବାହାରି ମନକୁ ଟିକେ ହାଲୁକା କରିବା ପାଇଁ । ସେଥିପାଇଁ ସେ ନିଜ ସାଙ୍ଗସାଥୀ ବା ପରିବାର ଲୋକଙ୍କ ସହିତ ନିଜ ମନ ପସନ୍ଦର ଯାଗକୁ ବୁଲି ବାହାରିଥାଏ । ଭ୍ରମଣ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ହେଲେ ଭ୍ରମଣ ପାଇଁ ଅଧିକ ମାତ୍ରାରେ ଅର୍ଥର ଆବଶ୍ୟକତା ରହିଛି । କେତେକଙ୍କ ପାଇଁ ଅର୍ଥ ଏଥିରେ ମୁଖ୍ୟ ପ୍ରତିବନ୍ଧକ ହୋଇଥାଏ। ଅର୍ଥାତ୍ ଟଙ୍କାର ଅଭାବ ଯୋଗୁ ଲୋକେ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ନାହିଁ। ତେବେ ଖର୍ଚ୍ଚକୁ କମ୍ କରି ଆପଣ ମଧ୍ୟ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରିବେ ।
କମ୍ ଟଙ୍କାରେ କେମିତି ଦୂର ସ୍ଥାନକୁ ଯାତ୍ରା କରିବେ, ଆସନ୍ତୁ ଜାଣିବା ତା’ର ୫ଟି ସହଜ ଉପାୟ
ଅଫ୍ ସିଜନ୍ରେ ଭ୍ରମଣରେ ଯାଆନ୍ତୁ: କମ୍ ଖର୍ଚ୍ଚରେ ଯଦି ଆପଣ ଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ଅଫ୍ ସିଜନ୍ରେ ବୁଲାବୁଲିର ଯୋଜନା କରନ୍ତୁ। କାରଣ ଏହି ସମୟରେ ହିଁ ଯାତ୍ରା ପାଇଁ ଟିକେଟ୍ ଶସ୍ତାରେ ମିଳିଥାଏ। ଏଥିସହ ଖାଇବା ଏବଂ ରହିବା ପାଇଁ ମଧ୍ୟ ଅଫ୍ ସିଜନ୍ରେ ଟଙ୍କା କମ୍ ଖର୍ଚ୍ଚ ହୋଇଥାଏ।
ବିମାନ ବଦଳରେ ଟ୍ରେନ୍ରେ ଯାତ୍ରା କରନ୍ତୁ: ବିଭିନ୍ନ ସ୍ଥାନକୁ ଯିବାବେଳେ ବିମାନ ବଦଳରେ ଟ୍ରେନ୍ରେ ହିଁ ଯାତ୍ରା କରନ୍ତୁ। କାରଣ, ବିମାନ ଅପେକ୍ଷା ଟ୍ରେନ୍ରେ ଯାତ୍ରା ଦ୍ୱାରା କମ୍ ଅର୍ଥ ଖର୍ଚ୍ଚ ହୋଇଥାଏ। ଏଥିସହ ଟ୍ରେନ୍ରେ ଯାତ୍ରା କରିବା ସମୟରେ ଆପଣ ଗାଁଗହଳିର ପ୍ରାକୃତିକ ପରିବେଶକୁ ମଧ୍ୟ ଉପଭୋଗ କରିପାରିବେ।
କମ୍ ଜିନିଷ ନେଇ ଯାତ୍ରା କରନ୍ତୁ:ବୁଲାବୁଲି ପାଇଁ ବାହାରକୁ ଯିବା ସମୟରେ ଯେତେ ହୋଇପାରେ, ଆପଣଙ୍କ ଲଗେଜ୍କୁ ସେତେ କମାଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବୁଲାବୁଲି କରିବାବେଳେ କୌଣସି ପ୍ରକାର ସମସ୍ୟା ହେବନାହିଁ ।
ସାଙ୍ଗରେ ଖାଦ୍ୟ ନେଇ ଯାଆନ୍ତୁ:ବାହାରୁ ଖାଦ୍ୟ କିଣିବା ପରିବର୍ତ୍ତେ ଯଥାସମ୍ଭବ ନିଜ ହାତ ତିଆରି ବା ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାଙ୍ଗରେ ନେବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଖର୍ଚ୍ଚ ବହୁତ୍ କମିଯିବ।
ମଙ୍ଗଳବାର ହିଁ ଯାତ୍ରା କରନ୍ତୁ:ଯାତ୍ରା କରିବା ପାଇଁ ମଙ୍ଗଳବାର ସବୁଠାରୁ ଠିକ୍ ଦିନ। କାରଣ ମଙ୍ଗଳବାରରେ ପ୍ରାୟତଃ ବିମାନ ଟିକେଟ୍ ଶସ୍ତା ଥାଏ।
ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ କମ୍ ଖର୍ଚ୍ଚରେ ବୁଲି ନିଜକୁ ଓ ନିଜ ପରିବାରକୁୁ ଖୁସି କରିପାରିବେ ।
.