ଚିକାଗୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆମେରିକାର ଚିକାଗୋ ଠାରେ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଯାଇଛି ଜଣେ ୨୫ ବର୍ଷୀୟା, ଭାରତୀୟ ଛାତ୍ରୀଙ୍କ ଜୀବନ । ତେବେ ଛାତ୍ରୀଙ୍କ ନାମ, ନଭ୍ୟା ଗାଡୁସୁ ବୋଲି ଜଣାପଡିଛି । ଏହାସହ ଏହି ଦୁର୍ଘଟଣାରେ ଅନ୍ୟ ଛଅ ଜଣ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧:୧୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଲାଲ ରଙ୍ଗର ମିନି ଭ୍ୟାନଟି ସାତ ଜଣଙ୍କୁ ନେଇ ଯାଉଥିବା ବେଳେ, ପଛରୁ ଆସୁଥିବା ଏକ କାର୍, ଭ୍ୟାନ୍ କୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ସିଧା ଘାଇକୁ ଖସିଥିଲା । ଏବଂ ଏତେ ବଡ ଅଘଟଣା ଘଟିଥିଲା ।