ଭାରତ ପାଇଁ ଆକାଶପଥ ବନ୍ଦ ରଖିବ ପାକିସ୍ତାନ

ଭାରତ ପାଇଁ ଆକାଶପଥ ବନ୍ଦ ରଖିବ ପାକିସ୍ତାନ । ନଭେମ୍ବର ୨୭ ପର୍ୟ୍ୟନ୍ତ ବଢ଼ିଲା ଏୟାରସ୍ପେସ୍ । ଭାରତୀୟ ବିମାନ ପାଇଁ ନିଜ ଆକାଶପଥ ବନ୍ଦ ରଖିବାର ଅବଧିକୁ ଆଉ ଏକ ମାସ ବଢ଼ାଇଛି ପାକିସ୍ତାନ । ଏହି ନିଷେଧ ଏବେ ୨୪ ନଭେମ୍ବର ୨୦୨୬ ପର୍ୟ୍ୟନ୍ତ ଲାଗୁ ରହିବ । ପାକିସ୍ତାନ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ଶନିବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ଏହି ଘୋଷଣା କରାଯାଇଛି । ପାକିସ୍ତାନ ବିମାନବନ୍ଦର ପ୍ରାଧିକରଣ ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ୨୪ ନଭେମ୍ବର ଭୋର୍ ୪ଟା ୫୯ ମିନିଟ୍ ପର୍ୟ୍ୟନ୍ତ ଏହି ନିଷେଧ ବଳବତ୍ତର ରହିବ । ତେବେ ଏହି କଟକଣାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମୀକ୍ଷା କରାଯିବ କି ନାହିଁ, ସେ ସମ୍ପର୍କରେ ପ୍ରାଧିକରଣ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ୨୦୨୫ ଏପ୍ରିଲ୍ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା । ଏହା ପରେ ଉଭୟ ଦେଶ ପରସ୍ପରର ବିମାନ ପାଇଁ ନିଜ ନିଜ ଆକାଶପଥ ବନ୍ଦ କରିଦେଇଥିଲେ ।