ଆଶୁତୋଷ ଏବଂ ସୌରଭଙ୍କ ନ୍ୟାୟିକ ହାଜତକୁ ମୁକ୍ତ କରିବାକୁ ନବୀନଙ୍କ ଟ୍ୱିଟ

ଆଶୁତୋଷ ରଙ୍କା ଏବଂ ସୌରଭ ଦାସଙ୍କ ନ୍ୟାୟିକ ହାଜତକୁ ତୁରନ୍ତ ସମୀକ୍ଷା କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ।

ନିଷିଦ୍ଧ ଅଞ୍ଚଳରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ଦ୍ୱାରା ଏତେ ଦୀର୍ଘ ସମୟ ଧରି ଅଟକ ରଖିବା ଉଚିତ ନୁହେଁ। ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକାକୁ ଏହି ଦେଶର ଯୁବପିଢ଼ି ଆଇନର ଶାସନ ଏବଂ ସାମ୍ବିଧାନିକ ଅଧିକାର ଉପରେ ବିଶ୍ୱାସ ନ ହରାଇବା ନିଶ୍ଚିତ କରିବା ପାଇଁ ଆଗକୁ ବଢ଼ିବା ଉଚିତ। ଏମିତି କିଛି ଲେଖି ଟ୍ୱିଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।