ତାଳଚେର ପୋଲିସ ଦ୍ୱାରା ବିପୁଳ ପରିମାଣରେ ଚୋରା କୋଇଲା ଜବତ

(ମନିଲ କୁମାର ମହାରଣା) : ତାଳଚେର ସଦର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ଚୋରା କୋଇଲା ଜବତ କରିଛି ତାଳଚେର ପୋଲିସ । ପୁରୁଣା ଯୁବରାଜ ହାଇସ୍କୁଲର ପଛ ପାଖ ,ପୁରୁଣା ରାଜବାଟୀ ତଥା କ୍ରସର ପଛ ପାଖ,କଦଳୀ ବନ୍ଧ, ତାଳବେଡ଼ା ସଅର ସାହି, ଚାଉଳିଆକୁଟା ଆଦି ସ୍ଥାନରୁ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଏହି ଚୋରା କୋଇଲାକୁ ଜବତ କରାଯାଇଛି । ଏହି ସମସ୍ତ କୋଇଲା ଏମ୍.ସି.ଏଲ ଲିଙ୍ଗରାଜ କ୍ଷେତ୍ର ଅଧିନସ୍ଥ ହୋଇଥିବାରୁ ଉକ୍ତ ଖଣିର ବିଭାଗୀୟ କର୍ତୃପକ୍ଷ ଜବତ କୋଇଲାକୁ ଲିଙ୍ଗରାଜ ସାଇଡିଂକୁ ସ୍ଥାନାନ୍ତର କରିଛନ୍ତି । ତେବେ ଚୋରା କୋଇଲା ଚାଲାଣରେ ସମ୍ପୃକ୍ତ ରହିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତଦନ୍ତ ଜାରିରହିଛି । ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଳଚେର ସଦର ଥାନାର ଅଧିକାରୀ ଆଇ.ଆଇ.ସି ସୈାଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି ।