ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗାଙ୍କୁ ନିମନ୍ତ୍ରଣ କଲେ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ଥର ହକି ବିଶ୍ୱକପ ହେବାଉ ଯାଉଛି । ଏଥିପାଇଁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପରିପ୍ରେକ୍ଷିରେ ମୁଜିରାମର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ହକି ଟି-ସାର୍ଟ ଓ ଏକ ରୂପାର ମୁମେଣ୍ଟା ପ୍ରଦାନ କରିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହିତ ହକି ଆଯୋଜନ ପାଇଁ ଶୁଭଚ୍ଛୋ ଜଣାଇଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗା । ସୂଚନା ମୁତାବକ, ଆସନ୍ତା ୧୩ ତାରିଖରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ଏନେଇ ରାଜଧାନୀ ସମେତ ରାଉକେଲା ମଧ୍ୟ ସବୁଜ ରଙ୍ଗରେ ସଜେଇ ହେଉଛି ।