୩୦୦ ୟୁନିଟ୍‌ ମାଗଣା ବିଜୁଳି, ସୋଲାର ପ୍ୟାନେଲରେ ମିଳୁଛି ବଡ଼ ସବସିଡି

ଘରର ବିଜୁଳି ବିଲ୍‌କୁ ନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାରଙ୍କ ପିଏମ୍‌ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା କିମ୍ବା କମ୍‌ ମୂଲ୍ୟରେ ବିଜୁଳି ପାଇବାର ସୁଯୋଗ ରହିଛି। ଏହି ଯୋଜନା ୨୦୨୪ ମସିହାରେ ଆରମ୍ଭ ହୋଇଥିଲା।

12 Interesting Facts About LED Solar Lights - Paragon

ସରକାରଙ୍କ ନିୟମ ଅନୁସାରେ, ପ୍ରଥମ ୨ କିଲୋୱାଟ୍‌ ପାଇଁ ବେଞ୍ଚମାର୍କ ମୂଲ୍ୟର ୬୦ ପ୍ରତିଶତ ଏବଂ ଅତିରିକ୍ତ ୧ କିଲୋୱାଟ୍‌ ପାଇଁ ୪୦ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ମିଳେ। ୩ କିଲୋୱାଟ୍‌ରୁ ଅଧିକ ସୋଲାର କ୍ଷମତା ପାଇଁ ଅତିରିକ୍ତ କେନ୍ଦ୍ରୀୟ ସବସିଡି ମିଳେ ନାହିଁ। ଫଳରେ ୩ କିଲୋୱାଟ୍‌ କିମ୍ବା ୫ କିଲୋୱାଟ୍‌ ପ୍ୟାନେଲ ଲଗାଇଲେ ମଧ୍ୟ କେନ୍ଦ୍ରୀୟ ସବସିଡିର ସର୍ବାଧିକ ସୀମା ୭୮ ହଜାର ଟଙ୍କା ରହିଛି। ଏହା ସହ କିଛି ରାଜ୍ୟ ସରକାର ନିଜସ୍ୱ ଅତିରିକ୍ତ ସବସିଡି ମଧ୍ୟ ଦେଉଛନ୍ତି। ତେଣୁ ରାଜ୍ୟ ଅନୁସାରେ ଲାଭର ପରିମାଣ ଭିନ୍ନ ହୋଇପାରେ।

PM Surya Ghar Yojana: फ्री बिजली स्कीम... सिर्फ 5 मिनट में ऐसे करें अप्लाई,  जानिए शुरू में कितना लगेगा पैसा - PM Surya Ghar Yojana 300 Unit Free Bijli  know apply process

ଏହି ଯୋଜନାର ଲକ୍ଷ୍ୟ ହେଉଛି ଦେଶର ୧ କୋଟି ଘରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରି ଘରୋଇ ଉପଭୋକ୍ତାଙ୍କୁ ମାସକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା କିମ୍ବା କମ୍‌ ମୂଲ୍ୟର ବିଜୁଳି ଯୋଗାଇବା। nଯୋଜନାରେ ଆବେଦନ କରିବା ପାଇଁ ଅଧିକାରିକ ପିଏମ୍‌ ସୂର୍ଯ୍ୟ ଘର ପୋର୍ଟାଲରେ ରୁଫ୍‌ଟପ୍‌ ସୋଲାର ପାଇଁ ଆବେଦନ କରିପାରିବେ। ଆବେଦନ ପରେ ଡିସକମ୍‌ ଅନୁମୋଦନ ଏବଂ ପଞ୍ଜୀକୃତ ବିକ୍ରେତାଙ୍କ ମାଧ୍ୟମରେ ସୋଲାର ପ୍ୟାନେଲ ଲଗାଯାଇପାରିବ। ସୋଲାର ପ୍ୟାନେଲ ଲଗାଇବା ପରେ ନେଟ୍‌ ମିଟର ସ୍ଥାପନ ଏବଂ ଡିସକମ୍‌ର ଯାଞ୍ଚ ପରେ ସବସିଡି ପାଇଁ ପ୍ରକ୍ରିୟା ଆଗକୁ ବଢ଼ିଥାଏ।