ଖୁବଶୀଘ୍ର ଓଡ଼ିଶା ଆସିବେ ଜେ.ପି. ନଡ୍ଡା, ଏମ୍ସରେ କରିବେ ସ୍ୱାସ୍ଥ୍ୟସେବା ସମୀକ୍ଷା

ଖୁବଶୀଘ୍ର ଓଡିଶା ଗସ୍ତରେ ଆସୁଚଛନ୍ତି ଜେପି ନଡ୍ଡା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା ଭୁବନେଶ୍ୱର ଗସ୍ତରେ ଆସି ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ । ସେ ଏମ୍ସ ଭୁବନେଶ୍ୱରରେ ପ୍ରାୟ ଗୋଟିଏ ଦିନ ବିତାଇବା ନେଇ ସୂଚନା ରହିଛି । ଏମ୍ସର ବିଭିନ୍ନ ବିଭାଗର କାର୍ଯ୍ୟପ୍ରଣାଳୀ, ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା ଏବଂ ହସ୍ପିଟାଲର ସାମଗ୍ରିକ ବ୍ୟବସ୍ଥା ନେଇ ଅଧିକାରୀଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନଡ୍ଡାଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି। ତାଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

Will fight Himachal polls under Jai Ram's leadership: JP Nadda | India News  - The Indian Express

ତେବେ ଜେ.ପି. ନଡ୍ଡା ଠିକ୍‌ କେଉଁ ତାରିଖରେ ଓଡ଼ିଶା ଆସିବେ, ସେନେଇ ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ ହୋଇନାହିଁ। ତାରିଖ ନିର୍ଦ୍ଧାରଣ ପରେ ତାଙ୍କର ସମ୍ପୂର୍ଣ୍ଣ ଗସ୍ତ କାର୍ଯ୍ୟସୂଚୀ ସ୍ପଷ୍ଟ ହେବ। ନଡ୍ଡାଙ୍କ ଏହି ଗସ୍ତ ସମୟରେ ଏମ୍ସ ଭୁବନେଶ୍ୱରର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା ସହ ହସ୍ପିଟାଲର ବିଭିନ୍ନ ସମସ୍ୟା ଓ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇପାରେ।