ଗତକାଲି ବଲାଙ୍ଗୀର ଅଞ୍ଚଳରୁ ତାଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ନେଇଥିଲେ। ଅଭିଯୋଗ ପରେ ବଲାଙ୍ଗୀର ପୋଲିସ ତନାଘନା ଆରମ୍ଭ କରିଥିଲା। ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁଙ୍କ ଲୋକେଶନ ଖଣ୍ଡଗିରି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଥିବା ଜଣା ପଡିବା ପରେ ସ୍ଥାନୀୟ ପୋଲିସ ମଧ୍ୟ ଜୋରଦାର କରିଥିଲା ସର୍ଚ୍ଚ ଅପରେସନ। ଉଭୟ ବଲାଙ୍ଗୀର ଏବଂ ଖଣ୍ଡଗିରି ପୋଲିସ ଚାରିପଟୁ ଘେରିବା ଜାଣିପାରି ଆପାର୍ଟମେଣ୍ଟ ରୁ ଦୁର୍ବୁତ୍ତ ମାନେ ଖସି ପଳାଇଥିଲେ l
ଘଟଣାସ୍ଥଳରୁ ପୋଲିସ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିଥିଲା । ଅନ୍ୟପଟେ ସବୁ ଅପହରଣକାରୀ ଖସି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରି ପଚରାଉଚରା କରୁଛି l ସେପଟେ ଅପହରଣ କରିଥିବା ଦୁର୍ବୁତ୍ତ ମାନେ କିଏ ଏବଂ କାହିଁକି ଅପହରଣ କରିଥିଲେ ପରିବାର ଲୋକେ ଜାଣି ନଥିବା କହିଥିବା ବେଳେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।