ବ୍ୟବସାୟୀ ଗୁଣ୍ଡା ସାହୁଙ୍କ ଅପହରଣ ଘଟଣାରୁ ଏବେ ହଟିଛି ପରଦା…

(ବଲାଙ୍ଗୀର) ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବ୍ୟବସାୟୀ ଗୁଣ୍ଡା ସାହୁଙ୍କ ଅପହରଣ ଘଟଣାରୁ ଏବେ ପରଦା ହଟିଛି। ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ଏହି ଅପହରଣ ନାଟକ ପଛର ମୁଖ୍ୟ କାରଣ ସାଜିଛି ଏକ ହନୁମାନ ପଇସା। ଗତ ଦୁଇ ଦିନ ଧରି ଚର୍ଚ୍ଚାରେ ଥିବା ବ୍ୟବସାୟୀ ଗୁଣ୍ଡା ସାହୁଙ୍କୁ ଅପହରଣ କରାଯିବା ପରେ ବଲାଙ୍ଗୀର ପୁଲିସ ତତ୍ପରତା ପ୍ରକାଶ କରିଥିଲା। ୨୪ ଘଣ୍ଟା ମଧ୍ୟରେ ପୁଲିସ ଅପହୃତ ବ୍ୟବସାୟୀଙ୍କୁ ସୁରକ୍ଷିତ ଉଦ୍ଧାର କରି ବଲାଙ୍ଗୀର ଆଣିବାରେ ସଫଳ ହୋଇଛି। ଉଦ୍ଧାର ପରେ ବଲାଙ୍ଗୀର ଏସପି (SP) ସିଧାସଳଖ ଗୁଣ୍ଡା ସାହୁଙ୍କୁ ଜେରା କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ପଛରେ ୨.୫ କୋଟିରୁ ୩ କୋଟି ଟଙ୍କାର ଡିଲ୍‌ ରହିଥିଲା। ଅଭିଯୁକ୍ତ କ୍ଷିତିଶ ସାହୁ, ହନୁମାନ ପଇସା ପାଇବା ଆଶାରେ ବ୍ୟବସାୟୀ ଗୁଣ୍ଡା ସାହୁଙ୍କୁ ପ୍ରାୟ ୨.୫ କୋଟିରୁ ୨.୭୦ କୋଟି ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ମଧ୍ୟ ଗୁଣ୍ଡା ସାହୁ ନା ହନୁମାନ ଟଙ୍କା ଦେଉଥିଲେ । ଏହି ଟଙ୍କା ଲେଣଦେଣ ବିବାଦ ଉଗ୍ର ରୂପ ନେବାରୁ ଶେଷରେ ଅପହରଣ ଭଳି କାଣ୍ଡ ଘଟିଥିଲା।

 

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଉତ୍ତରାଞ୍ଚଳ ଆଇଜି (IG) ହିମାଂଶୁ ଲାଲ ଏବଂ ବଲାଙ୍ଗୀର ଏସପି ସିଧାସଳଖ ନଜର ରଖିଛନ୍ତି। ପୁଲିସ ଏବେ ଘଟଣାର ପ୍ରତ୍ୟେକ ଦିଗକୁ ନେଇ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇଛି।