“ଟକ୍ସିକ”ରେ ୟଶଙ୍କ ଧୂଆଁଧାର କମବ୍ୟାକ୍, ଆମେରିକାରେ $1.2 ଲକ୍ଷ ମୂଲ୍ୟର ଟିକେଟ୍ ବିକ୍ରି

KGF 2 ର ଧମାକାଦାର ସଫଳତାର ଚାରି ବର୍ଷ ପରେ “ଟକ୍ସିକ” ଫିଲ୍ମରେ ୟଶଙ୍କ ଧୂଆଁଧାର କମବ୍ୟାକ୍ । ବୁଧବାର, ଅଗଷ୍ଟ 26 ତାରିଖରେ “ଟକ୍ସିକ” ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍-ଥ୍ରିଲର୍-ଆକ୍ସନ ଫିଲ୍ମ ପାଇଁ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଶେଷକରି ଫିଲ୍ମର ଟିଜର ଏବଂ ଟ୍ରେଲର ଦେଖିବା ପରେ ଉତ୍ସାହ ବୃଦ୍ଧି ପାଇଛି।

ବର୍ତ୍ତମାନ, ଫିଲ୍ମ ରିଲିଜ୍ ପାଇଁ ମାତ୍ର ଗୋଟିଏ ସପ୍ତାହ ବାକି ଥିବାରୁ, ସମସ୍ତେ ଏବେ ପ୍ରି ବୁକିଙ୍ଗରେ ଲାଗି ପଡ଼ିଛନ୍ତି। “ଟକ୍ସିକ” ପାଇଁ ଆଗୁଆ ବୁକିଂ ଅଗଷ୍ଟ 21 ତାରିଖରେ ଭାରତରେ ଆରମ୍ଭ ହେବାକୁ ଥିବା ବେଳେ, ଆମେରିକାରେ ପ୍ରି-ବୁକିଂ ଆରମ୍ଭ ହୋଇସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫିଲ୍ମଟି ପ୍ରି-ସେଲ୍ସରେ $120,000 ରୋଜଗାର କରିଛି।

“ଟକ୍ସିକ: ଏ ଫେରିଟେଲ୍ ଫର୍ ଗ୍ରୋନ୍-ଅପ୍ସ” ୟଶ ଏବଂ ଗୀତୁ ମୋହନଦାସଙ୍କ ଦ୍ୱାରା ଲେଖା ଯାଇଛି। ୟଶ ଏହାକୁ ସହ-ପ୍ରଯୋଜନା ମଧ୍ୟ କରୁଛନ୍ତି। ଫିଲ୍ମରେ ନୟନତାରା, କିଆରା ଆଡଭାନୀ, ହୁମା କୁରେଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତଙ୍କ ସମେତ ପାଞ୍ଚ ସୁନ୍ଦରୀଙ୍କ ଏକ ଶକ୍ତିଶାଳୀ କାଷ୍ଟ ରହିଛି। ଟିଜର ଏବଂ ଟ୍ରେଲରରେ ପ୍ରଦର୍ଶିତ ଫିଲ୍ମର ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ପୂର୍ବରୁ ବହୁତ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ଏହାର ₹850 କୋଟିରୁ ₹1000 କୋଟି ବଜେଟ୍ ବିଷୟରେ ମଧ୍ୟ ଜୋରଦାର ଆଲୋଚନା ହେଉଛି।