ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ:ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର:ପଦ୍ମପୁର ପରାଜୟର କାରଣ ଅନ୍ୱେଷଣ କରାଯିବ । କଣ ପାଇଁ ଦଳ ହରିଲା ସମୀକ୍ଷା ପରେ ଜଣା ପଡ଼ିବ । ଏଥର ଗତ ଥର ଠାରୁ ଅଧିକ ଭୋଟ ମିଳିଛି । କିନ୍ତୁ ଏଥର ଭୋଟ ବ୍ୟବଧାନ ଅଧିକ ହେଲା । ଆକଳନ କରାଯାଇଥିବା ନିଶ୍ଚିତ ବିଜୟରେ ବାଧା ଆସିଛି । ହାରିବାର ଅନେକ କାରଣ ଅଛି । ବିଜେଡ଼ି ବିଜୟରେ ଅର୍ଥ ବଡ଼ ଫ୍ୟାକ୍ଟର ହେଲା । ଯେତେବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ । ଝିଅ ବୋଲି ସମ୍ବୋଧିତ କରିନଥିଲେ । ରେକର୍ଡ଼ିଂ ଭିଡିଓ ଚଲେଇ ଦେଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ସେ ଏହା ମଧ୍ୟ କହିଛନ୍ତି, ନାରୀ ନିର୍ୟାତନାରେ ଓଡିଶା ଏକ ନମ୍ବର । ନାରୀକୁ ସମ୍ମାନ କଥା ଦେଖାଯାଉନାହିଁ । ଦାରିଦ୍ର୍ୟ, ଗରିବୀରେ ବି ଓଡିଶା ଏକ ନମ୍ବର । କୌଣସି ବ୍ୟକ୍ତିଗତ ଆକ୍ଷେପ ହୋଇନାହିଁ । ପଦ୍ମପୁରର ଝିଅ, କଣାସର ବୋହୂ । ଏଥରେ ଅସତ୍ୟ କିଛି ନାହିଁ । ତାଙ୍କର ଚରିତ୍ର ସଂହାର କରାଯାଇନାହିଁ । ଏ ଫଳାଫଳ କିଛି ସନ୍ଦେଶ ଦେଉନାହିଁ । ଦେଢ଼ ବର୍ଷ ପାଇଁ ଭୋଟ ଥିଲା । ଲୋକ ବୋଧେ ଭାବିଲେ ଯଦି ସରକାର ବଦଳିବ ନାହିଁ । ତାହେଲେ କାହିଁକି ସରକାର ବିରୁଦ୍ଧରେ ଯିବୁ । କଂଗ୍ରେସ ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେଡ଼ି ନେଇଗଲା । ଯାହା ବିପଦ ହେଲା । ବିଜେଡ଼ି ଜିତିବାର ବଡ଼ କାରଣ, ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳ । ନବୀନ ପଟ୍ଟନାୟକ ନିର୍ବାଚନକୁ ବହୁତ ବ୍ୟୟ ବହୁଳ କରି ଦେଲେଣି । ସାଧାରଣ ଲୋକ ନିର୍ବାଚନ ଲଢ଼ିବା ସମ୍ଭବ ହେଉନାହିଁ । ୨୦୨୪ରେ ବ୍ୟାପକ ଲଢେଇ ହେବ । କଂଗ୍ରେସ ଓଡିଶା ରାଜନୀତିରୁ ବାହାରି ଗଲାଣି ।