ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା

ଭୁବନେଶ୍ୱର:ସୋମବାର ଶପଥ ନେବେ ପଦ୍ମପୁର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବିଧାୟିକା ଭାବେ ଶପଥ ନେବେ ବର୍ଷା । ବିଜୟ ପରେ ଆଜି ବାଚସ୍ପତି ଙ୍କୁ ସୌଜନ ମୂଳକ ସାକ୍ଷାତ କରିଛନ୍ତି ବର୍ଷା । ବିଧାୟକ ସୁଶାନ୍ତ ସିଂ ଙ୍କ ସହିତ ବର୍ଷା ଆଜି ବାଚସ୍ପତି ଙ୍କୁ ଭେଟିଛନ୍ତି ।ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ଉପରେ ରହିଥିଲା ସମସ୍ତଙ୍କ ନଜର । କାରଣ ଧାମନଗରରେ ବିଜେଡି ହାରିଯିବା ପରେ ଦେଖାଦେଇଥିଲା ଅସନ୍ତୋଷ । ଏହାପରେ ବିଜେଡି ପଦ୍ମପୁର ଉପନିର୍ବାଚନ ଥିଲା ଏକ ଚ୍ୟାଲେଞ୍ଜ । ଶେଷରେ ବିରୋଧିଙ୍କୁ ପଛରେ ପକାଇ ବାଜିମାତ ମାରିଲେ ବିଜେଡି ସୁପ୍ରିମୋ ବାଛିଥିବା ପ୍ରାର୍ଥିନୀ ବର୍ଷା ସିଂ ବରିହା ।ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଥିଲେ ବର୍ଷା ସିଂ ବରିହା । ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ହୋଇଥିଲା ଉପ-ନିର୍ବାଚନ । ବିଜେଡି ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ କନ୍ୟା ବର୍ଷାଙ୍କୁ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ କରିଥିଲା । ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ ।