ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ନବୀନ ନିବାସରେ ପ୍ରସ୍ତୁତି ବୈଠକ

ଭୁବନନେଶ୍ୱର:୨୫ ବର୍ଷରେ ପାଦ ଥାପିବ ବିଜେଡ଼ି । ଆସନ୍ତା ଡିସେମ୍ବର ୨୬ ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ,ପ୍ରତିଷ୍ଠା ଦିବସକୁ ବଡ଼ ଧରଣର ପାଳନ ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ନବୀନ ନିବାସରେ ପ୍ରସ୍ତୁତି ବୈଠକ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ୨୬ ରେ ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟ ସ୍ତରରେ ନେତା ଓ କର୍ମୀ ଯୋଗ ଦେବେ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନରେ ପ୍ରଥମେ ବୈଠକ ବସି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ପରେ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଛି ।