ସିକ୍କିମ ପ୍ରଳୟକାରୀ ବନ୍ୟରେ ଓଡିଆ ଯବାନ ସରୋଜ କୁମାର ଦାସ ସହିଦ

ଢେଙ୍କାନଳ : ସିକ୍କିମ ପ୍ରଳୟକାରୀ ବନ୍ୟରେ ଓଡିଆ ଯବାନ ସରୋଜ କୁମାର ଦାସ ସହିଦ । ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପବାସୀ ହାବିଲଦାର ସରୋଜ ଦାସ ସହିଦ ହୋଇଯାଇଛନ୍ତି । ଏନେଇ ପୁରା ପରିବାର ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସହିଦ ସରୋଜଙ୍କ ମୃତଦେହକୁ ଭିଡିଓ କଲ୍ ଯୋଗ ଫଟୋ ଦେଖି ଚିହ୍ନଟ କରିଛନ୍ତି ପରିବାର । ବନ୍ୟାରେ ମୋଟ୍ ନିଖୋଜ ହୋଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ କୁମାର ଦାସ । । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିଲେ ବୋଲି ଭାଇଙ୍କୁ କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା ଘରକୁ ଫୋନ ଆସିଥିଲା ।