ଆଇଟି ସେଣ୍ଟର କାରଣରୁ ଓଡିଶା ଯୁବକ ଓ ଯୁବତୀମାନଙ୍କୁ ଅଧିକ ସୁଯୋଗ ମିଳିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜିଠୁ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡିଲଏଟ୍‌‌ କାର୍ଯ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉଦ୍‌‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅତିଥି ଭାବରେ ଯୋଗ ଦେଇ ଗଣମାଧ୍ୟମକୁ କହିଛନ୍ତି ଆମ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଏହି ଆଇଟି ସେଣ୍ଟର ବହୁତ ବଡ ଉପଲବ୍ଧି. ଡିଲୋଇଟି ଭଲି ଗ୍ଲୋବାଲ ସ୍ତରର କମ୍ପାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଧୀରେ ଧୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ସାକାର ହେଉଛି । ଆମ ରାଜ୍ୟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି  । ଏହାର ବଡ ଉଦାହରଣ ହେଉଛି ଡିଲୋଇଟି ଭଲି କମ୍ପାନୀ ଭୁବନେଶ୍ୱରରେ ଖୋଲିଛି… ଏହାର ଅର୍ଥ 150 ଟି ଦେଶ ସହ ଆମେ ଭୁବନେଶ୍ୱରକୁ ମଧ୍ୟ ଯୋଡି ହୋଇଛି .। ଆଇଟି ସେଣ୍ଟର କାରଣରୁ ଓଡିଶା ଯୁବକ ଓ ଯୁବତୀମାନଙ୍କୁ ଅଧିକ ସୁଯୋଗ ମିଳିବ ଏହାଶହ ରାଜ୍ୟର ଅର୍ଥନୀତି, ପର୍ଯଟନ ସହ ସଂକୃତିର ମଧ୍ୟ ପରିପ୍ରକାଶ ହେବ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।