(ରିପୋର୍ଟସ ଟୁଡ଼େ): ହିନ୍ଦୁ ଧର୍ମରେ ମହିଳାଙ୍କୁ ଶ୍ମଶାନ ଘାଟକୁ ଯିବାକୁ ମନା କରାଯାଇଛି। କିନ୍ତୁ କଣ ଆପଣ ଭାବିଛନ୍ତି ଏମିତି କାହିଁକି କରାଯାଇଥାଏ ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି କାହିଁକି କରାଯାଇଥାଏ।
ମହିଳାଙ୍କୁ କେବେବି ଯିବାକୁ ଦିଆଯାଇନଥାଏ ଶ୍ମଶାନ ଘାଟ
-ଯେତେବେଳେ ବି କାହାର ମୃତ୍ୟୁ ହୋଇଥାଏ ତେବେ ଶବ ଘରୁ ବାହାରିବା ପରେ ହିଁ ଘରର ଅଗଣାକୁ ସଫା ସୁତୁରା କରି ଧୂଆ ଯାଇଥାଏ। ଏହାପରେ ଖାଦ୍ୟ ପାନୀୟ ପ୍ରସ୍ତୁତ କରାଯାଇଥାଏ। ସେହି ସବୁକୁ କାମ କରିବା ପାଇଁ ମହିଳା ମାନଙ୍କୁ ଘରେ ରହିବା ଆବଶ୍ୟକ।
ହିନ୍ଦୁ ପରାମ୍ପରା ଅନୁସାରେ ଅନ୍ତିମ ସଂସାରରେ ଉପସ୍ଥିତ ଥିବା ପରିବାରର ସଦସ୍ୟ ମାନଙ୍କୁ କେଶ ମୁଣ୍ଡନ କରିବାକୁ ହୋଇଥାଏ। ଏହି ପ୍ରଥା ଠାରୁ ମହିଳାମାନେ ଦୂରେଇ ରୁହନ୍ତୁ ଏଥିପାଇଁ ସେମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଏନଥାଏ। ଏହାଛଡା ମହିଳା ମାନଙ୍କ ହୃଦୟ ପୁରୁଷ ମାନଙ୍କ ମୁକାବିଲା ଠାରୁ କମ୍ କଠୋର ହୋଇଥାଏ।
ଯଦି କେହି ଶ୍ମଶାନ ଘାଟରେ କାନ୍ଦନ୍ତି ତେବେ ମରିଥିବା ବ୍ୟକ୍ତିଙ୍କର ଆତ୍ମାକୁ ଶାନ୍ତି ମିଳିନଥାଏ। ଯଦି ଏହି ଅନ୍ତିମ କାର୍ୟ୍ୟରେ ମହିଳାମାନେ ସାମିଲ ହେବେ ତେବେ ନିଶ୍ଚିତ ଭାବରେ କାନ୍ଦିବେ। ଏଥିପାଇଁ ମଧ୍ୟ ସେମାନଙ୍କୁ ଶ୍ମଶାନ ଘାଟକୁ ଯିବାକୁ ମନା କରାଯାଇଥାଏ।
-ଆତ୍ମା ମାନେ ଜିବିତ ପ୍ରାଣୀଙ୍କ ଶରୀରକୁ କବଜା କରିବାକୁ ମଉକା ଖୋଜୁଥାନ୍ତି। ଏଥିପାଇଁ ଛୋଟ ଛୁଆ ତଥା ରଜସ୍ବଳା ସ୍ତ୍ରୀ ମାନେ ସେମାନଙ୍କ ପାଇଁ ସହଜ ହୋଇଥାନ୍ତି। ଏଥିରୁ ରକ୍ଷା କରିବା ପାଇଁ ମହିଳା ଏବଂ ଛୋଟ ଛୁଆଙ୍କୁ ଶ୍ମଶାନ ଯିବାକୁ ମନା କରାଯାଇଥାଏ।