ଆଜିର ଆଧୁନିକ ଯୁଗରେ ମଣିଷ ପାଖରେ ନିଜ ପାଇଁ ସମୟ କାଢ଼ିବା ବହୁତ କଷ୍ଟକର କଥା ।ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଚିନ୍ତାର କାରଣ ହୋଇଛି ଓଜନ ବଢ଼ିବା। ଏଥିରୁ ରକ୍ଷା ପାଇବା ପାଇଁ ଦୈନିକ ଅନେକ ପ୍ରକାରର ବ୍ୟାୟାମ କସରତ କରାଯାଉଥିଲେ ମଧ୍ୟ ଅନେକଙ୍କ ନିକଟରେ କୌଣସି ଫରକ୍ ନଜର ଆସିନଥାଏ। ତେବେ ଏହାର ମୁଖ୍ୟ କାରଣ ହେଉଛି ଅଧିକ ସମୟ ବସି କାମ କରିବା। ଏହା ସିଧା ଆମ ଶରୀର ଉପରେ ପ୍ରଭାବ ପକାଇଥାଏ ଓ ଯାହା ମୁଖ୍ୟତଃ ଆମ ପେଟରୁ ହିଁ ଜଣାପଡେ। ଏହା ଅନେକ ଲୋକଙ୍କର ପ୍ରମୁଖ ସମସ୍ୟା ଅଟେ । ତେବେ ଏମିତି ହେବା ଦ୍ୱାରା ଆମ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଯଦି ଆପଣ ପ୍ରକୃତରେ ଏହି ସମସ୍ୟା ରୁ ମୁକ୍ତି ପାଇବାକୁ ଚାଁହୁଛି ତାହେଲେ ଆପଣାନ୍ତୁ ଏହି ସହଜ ଏବଂ ସରଳ ଉପାୟ ।
ପେଟରୁ ର୍ଚବି ଅଂଶ ଦୂରକରିବା ପାଇଁ ନିୟମତ ଦୁଇ ଗ୍ଲାସ୍ ପାଣି,୩ଟି ଲେମ୍ବୁ, ୧ ଛୋଟ ଅଦା ଓ ୧ଚାମଚ ମହୁକୁ ଦୈନିକ ସେବନ କରନ୍ତୁ। ଏହାକୁ ସେବନ କରିବାର ପ୍ରଣାଳୀ ଲେମ୍ବୁ କୁ ଛୋଟ ଛୋଟ କରି କାଟିବେ ତାପରେ ଦୁଇ ଗ୍ଳାସ ପାଣି କୁ ଗରମ କରନ୍ତୁ । ଏଥିରେ କଟା ଲେମ୍ବୁକୁ ପକାନ୍ତୁ ଏବଂ କଟା ଯାଇଥିବା ଅଦାକୁ ମଧ୍ୟ ଏଥିରେ ମିଶାନ୍ତୁ । ୨ମିନିଟ୍ ଯାଏ ଏହାକୁ ଗୋଳାନ୍ତୁ । ଅଧ ଘଣ୍ଟା ପରେ ଏହା ଥଣ୍ଡା ହୋଇଗଲେ ଏହାକୁ ଛାଣନ୍ତୁ ଏବଂ ୧ଚାମଚ ମହୁ ମିଶାଇ ପିଅନ୍ତୁ, ଦେଖିବେ ଏହି ଉପାୟ କରିବା ଦ୍ୱାରା ଆପଣ ଙ୍କ ପେଟରୁ ଚର୍ବି ଧିରେ ଧିରେ କମିଯିବ ।