ଅଟୋ ଚଲାଉଥିଲେ,ରାଜ୍ୟ ଚଲାଇବେ

ମହାରାଷ୍ଟ୍ର ରାଜନୀତିରେ ହଟଚମଟ ,ଅଟୋ ଚଳାଉଥିଲେ, ଏବେ ରାଜ୍ୟ ଚଳାଇବେ ,ଦିନେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ, ଆଜି ନିଜେ ମୁଖ୍ୟମନ୍ତ୍ରୀ ,ସାଧାରଣ କାର୍ଯ୍ୟକର୍ତାରୁ ପାର୍ଟି ହାଇକମାଣ୍ଡ୍ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସାମ୍ଭାଜୀ ସିନ୍ଦେ । ତାଙ୍କୁ ନେଇ ଏବେ ଦେଶବ୍ୟାପୀ ଚର୍ଚା । ମହାରାଷ୍ଟ୍ର ରାଜନୀତିକୁ ସେ ରାତାରାତି ବଦଳାଇ ସମସ୍ତଙ୍କୁ କରି ଦେଇଛନ୍ତି ଚକିତ । ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ  ଉଦ୍ଧବ ଠାକରେଙ୍କ ନିକଟ ସହଯୋଗୀ ଥିବା ସିନ୍ଦେ ଏବେ ରାଜନୀତି ଯୁଦ୍ଧରେ ସାଜିଛନ୍ତି ନୂଆ ଛାମୁଆ ନେତା । ୧୦ ଦିନ ତଳେ ମହାରାଷ୍ଟ୍ରରେ ତାଙ୍କୁ ଅଳ୍ପ ବହୁତ ଲୋକ ଜାଣିଥିଲେ । କିନ୍ତୁ ସେ ଶିବସେନାର ମେଟଂ ସରକାରକୁ ଭାଙ୍ଗି ନିଜେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଏବେ ସମସ୍ତେ ଜାଣି ପାରିଛନ୍ତି ।

ଆସନ୍ତୁ ଜାଣିବା ସିନ୍ଦେ କିଏ ଓ ସେ କେମିତି ଆସିଥିଲେ ରାଜନୀତି କୁ ? କେମିତି ଅଟୋ ଚାଳକରୁ ବନିଲେ ମୁଖ୍ୟମନ୍ତ୍ରୀ ?

୧୯୬୪ ମସିହା ଫ୍ରେବୁଆରି ମାସ ୯ ତାରିଖ । ମହାରାଷ୍ଟ୍ରର ସତାରସ୍ଥିତ ଜୱାଲି ତାଲୁକରେ ଜନ୍ମ ଗ୍ରହଣ କରିଥିଲେ ସିନ୍ଦେ । ମରାଠା ସମ୍ପ୍ରଦାୟରୁ ଆସିଥିବା ସିନ୍ଦେ ପାଠ ପଢ଼ିବା ପାଇଁ ଥାନେ ଚାଲି ଯାଇଥିଲେ । ସାଙ୍ଗରେ ପରିବାର ମଧ୍ୟ ଆସିଥିଲେ । ମାତ୍ର ଏକାଦଶ ପର୍ଯ୍ୟନ୍ତ ପଢ଼ିବା ପରେ  ୧୮ ବର୍ଷ ବୟସରଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।  ଏହା ପରେ ସେ ଶିବସେନାର ଜଣେ ସାଧାରଣ କାର୍ଯ୍ୟକର୍ତା ଭାବେ ଯୋଗ ଦେଇଥିଲେ । ଏହି ସମୟରେ ସେ ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଳାଉଥିଲେ । ପରେ ସକ୍ରିୟ ରାଜନୀତିରେ ସାମିଲ ହୋଇ ମହାରାଷ୍ଟ୍ର- କର୍ଣ୍ଣାଟକ ଆନ୍ଦୋଳନରେ ଯୋଗ ଦେଇ ସିନ୍ଦେ ୪୦ ଦିନ ଜେଲରେ ଥିଲେ । ଆଉ ଖୁବଶୀଘ୍ର ସିନ୍ଦେ ଥାନେ ପଲଘର ଅଂଚଳର ଜଣେ ପ୍ରମୁଖ ଶିବସେନା ନେତା ପାଲଟି ଗଲେ । ୧୯୯୭ରେ ସିନ୍ଦେ ନିର୍ବାଚନ ମଇଦାନରେ ପାଦ ଦେଇଥିଲେ । ଥାନାରେ ନଗର ନିଗମ ର୍ନିବାଚନରେ ଆନନ୍ଦ ଦୀଘେ, ସିନ୍ଦେଙ୍କୁ ପାର୍ସଦ ଟିକେଟ ଦେଇଥିଲେ । ପ୍ରଥମ ନିର୍ବାଚନୀ ରଣାଙ୍ଗନୀରେ ବିଜୟ ହୋଇଥିଲେ । ଏହା ପରେ ଆଉ ସେ ପଛକୁ ଫେରି ନ ଥିଲେ । ୨୦୦୪ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ଏପର୍ଯ୍ୟନ୍ତ ସେ ବିଧାୟକ ଭାବେ ବିଜୟ ଲାଭ କରି ଆସୁଛନ୍ତି । ଆଉ ଏବେ ମହାରାଷ୍ଟ୍ର ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ।

 ଆସନ୍ତୁ ଜାଣିବା ସିନ୍ଦେଙ୍କ ଜୀବନର ଆଉ କିଛି ଅଭୁଲା କାହାଣୀ ସମ୍ପର୍କରେ

ଦିନେ ସିନ୍ଦେ ସମ୍ମୁଖୀନ ହୋଇଥିଲେ ମହାବିପଦର । ସିନ୍ଦେ ଥାନା ଅଂଚଳର ପାର୍ଷଦ ଥିବାବେଳେ ତାଙ୍କ ପରିବାର ସତାରାରେ ରହୁଥିଲେ । ଏହି ସମୟରେ ତାଙ୍କ ଜୀବନରେ ଉଠିଥିଲା ଏକ ବିରାଟ ଝଡ଼ । ଏକ ଦୁର୍ଘଟଣାରେ ସିନ୍ଦେଙ୍କ ଦୁଇ ପୁଅ ଦୀପେଶ ଯାହାର ବୟସ ମାତ୍ର ୧୧ ଆଉ ସାନ ପୁଅ ଶୁଭଦା ଯାହାଙ୍କର ବୟସ ୭ ବର୍ଷ, ଦୁହିଁଙ୍କର ପାଣିରେ ବୁଡ଼ି ଅକାଳ ବିୟୋଗ ହୋଇଥିଲା । ବୋଟିଙ୍ଗ କରୁଥିବାବେଳେ ଡଙ୍ଗା ବଡ଼ି ଯାଇଥିଲା । ସେହି ସମୟରେ ତାଙ୍କ ବଡ଼ ପୁଅ ଶ୍ରୀକାନ୍ତଙ୍କ ବୟସ ମାତ୍ର ୧୩ ବର୍ଷ ହୋଇଥିଲା । ଶ୍ରୀକାନ୍ତ ଏବେ କଲ୍ୟାଣ ଲୋକସଭା ଆସନରୁ ଶିବସେନା ସାଂସଦ ଅଛନ୍ତି । ଏହା ଛଡ଼ା ସେ ଅର୍ଥପେଡ଼ିକ ସର୍ଜନ ମଧ୍ୟ । ତେବେ ଏହି ଘଟଣା ପରେ ସିନ୍ଦେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ଏପରିକି ରାଜନୀତି ଛାଡ଼ି ଦେବେ ବୋଲି ଚିନ୍ତା କରି ସାରିଥିଲେ । ଏଭଳି ସ୍ଥିତିରେ ଆନନ୍ଦ ଦିଘେ ତାଙ୍କୁ ସମ୍ଭାଳି ନେବାରେ ସମର୍ଥ ହୋଇଥିଲେ । ପୁଣି ଥରେ ତାଙ୍କୁ ସ୍ୱାଭାବିକ ଜୀବନ ବଂଚିବା ପାଇଁ ସମର୍ଥ କରାଇଥିଲେ । ଆଉ ସଂଘର୍ଷ କରି ଚାଲିଥିଲେ । ଶେଷର ସଫଳତାର ଶୀର୍ଷରେ । ଦିନେ ମାନସିକ ଭାରସାମ୍ୟ ହରାଇଥିବା ସିନ୍ଦେ ଜୀବନ ଯୁଦ୍ଧରେ ହାରି ନ ଯାଇ ଆଜି ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ।