( ମମତା ସାମଲ): ଆସନ୍ତୁ ଜାଣିବା କାଢା କିପରି ତିଆରି କରିବେ ?
ଆବଶ୍ୟକୀୟ ସାମଗ୍ରୀ: ଏକ ଗ୍ଲାସ୍ ପାଣି, ଚିନି ୧ ଚାମଚ, ଗୋଲ ମରିଚ ଗୁଣ୍ଡ ୧ ଚାମଚ, ଅଦା ୧ ଚାମଚ, ଦେଶୀଘିଅ ୧ ଚାମଚ, ଲବଙ୍ଗ ୧ରୁ ୨ଟି,୧୦ ରୁ ୧୨ଟି ତୁଳସୀ ପତ୍ର, ସ୍ୱାଦ ଅନୁଯାୟୀ ଲୁଣ, ଗୋଟିଏ ତେଜପତ୍ର ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଘିଅକୁ ଗରମ କରି ସେଥିରେ ଲବଙ୍ଗ, ଗୋଲମରିଚ, ୫/୬ ତୁଳସୀ ପତ୍ର, ତେଜପତ୍ର ମିଶାନ୍ତୁ । ତାପରେ ସେଥିରେ ପାଣି ଓ ଚିନି ପକାନ୍ତୁ । ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ଫୁଟାନ୍ତୁ । ଏହାକୁ ମଝିରେ ମଝିରେ ଗୋଳନ୍ତୁ । ଆଉ ଦୁଇମିନିଟ ପରେ ୫/୬ ଟି ତୁଳସୀ ପତ୍ର ପକାଇ ଫୁଟାନ୍ତୁ । କିଛି ସମୟ ଫୁଟିସାରିବା ପରେ ଏବେ ପ୍ରସ୍ତୁତ ହୋଇଗଲା କାଢା । କାଢା ଅଧିକ ସ୍ୱାଦିଷ୍ଟ କରିବାକୁ ସାମାନ୍ୟ ଲେମ୍ବୁ ଚିପୁଡି ଦିଅନ୍ତୁ ।