ଦେବଗଡ଼: ଦାଦାର ଟାଙ୍ଗିଆ ଚୋଟରେ ଚାଲିଯାଇଛି ଝିଆରୀ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ | ୪ ବର୍ଷର ଝିଆରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଦାଦା । ଦେବଗଡ଼ ରିମାଆଳ ଥାନା କଂଶର ଫାଣ୍ଡି ହେଟଖମାର ଗାଁରେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି । ମୃତ ଶିଶୁକନ୍ୟା ସୁଶାନ୍ତ ଭଇଁସାଙ୍କ ୪ବର୍ଷର ଝିଅ । କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀ ନାଗାର୍ଜୁନ ଭଇଁସାକୁ ଅଟକ ରଖିଛି ପୋଲିସ ।
ଅଭିଯୁକ୍ତ ଦାଦା ମାନସିକ ବିକୃତ ଥିବା ସୂଚନା ମିଳିଛି । ମୃତ ଦେହକୁ ଜବତ କରିବା ସହ ଘଟଣାର ପ୍ରାରମ୍ଭିକ ଛାନଭିନ୍ କରୁଛି ପୋଲିସ ।ତେବେ ରିଆମାଳ ଥାନା ହେଟଖମାର ଗାଁରେ ୪ବର୍ଷର ଝିଆରୀକୁ ୨ଖଣ୍ଡ କରି ହାଣିଦେଇଥିବା ସୂଚନା ରହିଛି ।