MMDR ସଂଶୋଧିତ ଆଇନ ବିରୋଧରେ ବିଜେଡିର ଜୋରଦାର ପ୍ରତିବାଦ, ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ସଂଶୋଧିତ ଏମ୍‌ଏମ୍‌ଡିଆର୍ (MMDR) ଆଇନ ପ୍ରତ୍ୟାହାର ଦାବିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଲୋକଭବନ ସମ୍ମୁଖରେ ଆୟୋଜିତ ଏହି ଆନ୍ଦୋଳନ ସମୟରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଆଇନ ଓଡ଼ିଶାର ସାମ୍ବିଧାନିକ ଏବଂ ଆର୍ଥିକ ସ୍ୱାର୍ଥକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟପାଳ ହରି ବାବୁ କମ୍ବମପତିଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏମ୍‌ଏମ୍‌ଡିଆର୍ ଆଇନକୁ ପୁନଃବିଚାର କରି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ ।।

ବିଜେଡିର ଏକ ପ୍ରତିନିଧି ଦଳ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି । ଅନ୍ୟପକ୍ଷେ ଦଳର ନେତା ଏବଂ କର୍ମୀମାନେ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବି କରି ରାଜ୍ୟପାଳଙ୍କ ବାସଭବନ ବାହାରେ ପ୍ରତିବାଦ କରିଛନ୍ତି। ଦଳ ଦାବି କରିଛି ଯେ ଏହି ଆଇନ ଖଣିଜ ସମ୍ପଦ ଉପରେ ଓଡ଼ିଶାର ବୈଧ ଅଧିକାରକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ ଏବଂ ରାଜ୍ୟକୁ ଯଥେଷ୍ଟ ଆର୍ଥିକ କ୍ଷତି ପହଞ୍ଚାଇପାରେ।

ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି, ବିଜେଡି ଉପାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଏହି ସଂଶୋଧନକୁ ଏକ “କଳା ଆଇନ” ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଏହି ଆଇନକୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦଳର ଦାବି ଗ୍ରହଣ କରାଯାଇ ନାହିଁ । ଏବଂ କେନ୍ଦ୍ର ଉପରେ ଓଡ଼ିଶାର ବିକାଶ ଏବଂ ସ୍ୱାର୍ଥକୁ କ୍ଷୁର୍ଣ୍ଣ କରିବାର ଅଭିଯୋଗ ଆଣିଥିଲା। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଏହି ପ୍ରତିବାଦ ସମଗ୍ର ଓଡ଼ିଶାରେ ଭାବନାକୁ ପ୍ରତିଫଳିତ କରୁଛି । ଭୃଗୁ ବକ୍ସିପାତ୍ର ଦାବି କରିଛନ୍ତି ଯେ ଏହି ଆଇନ ଯୋଗୁଁ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇବ। କଟକ ମେୟର ଏବଂ ବିଜେଡି ନେତା ସୁବାଷ ସିଂହ ମଧ୍ୟ ଏହି ସଂଶୋଧନକୁ ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ଏହା ଓଡ଼ିଶାର ଅର୍ଥନୈତିକ ଏବଂ ବିକାଶମୂଳକ ସ୍ୱାର୍ଥକୁ ପ୍ରତିକୂଳ ପ୍ରଭାବିତ କରିବ।