ଏସିଆନ ଗେମ୍ସ ୨୦୧୮: ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ

(ରିପୋଟର୍ସ ଟୁଡେ) : ଏସିଆନ ଗେମ୍ସ ୨୦୧୮ରେ ଆଜି ଦ୍ୱିତୀୟ ଦିନରେ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ମିଳିଛି । ଭାରତକୁ ପ୍ରଥମ ରୌପ୍ୟ ପଦକ ଦିପକ କୁମାର ଭେଟିଦେଇଥିଲେ । ଏହାପରେ ଭାରତୀୟ ସୁଟର ଲକ୍ଷ ପୁରୁଷ ବିଭାଗର ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି । ଗୋଟିଏ ସମୟ ଥିଲା ଭାରତର ମାନବଜିତ ସିନ୍ଧୁ ପଦକ ଦୌଡରେ ଥିଲେ, କିନ୍ତୁ ୩୫ ସଟ୍ ରୁ ସେ ୨୬ ସ୍କୋର କରିପାରିଥିଲେ ଏବଂ ପଦକ ଦୌଡରୁ ବାହାର ହୋଇଥିଲେ । ଲକ୍ଷ୍ୟ ୫୦ ସଟ୍ ରୁ ୪୩ ସଠିକ୍ ସଟ୍ ଦେଇଥିଲେ । ଏହି ପ୍ରତିଯୋଗିତାରେ ଚୀନ ତାଇପେ ର କୁଂପି ୟାଙ୍ଗ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୫୦ ଟି ସଟ୍ ରୁ ୪୮ ଟି ସଟ୍ ଦେଇଥିଲେ । ଏପର୍ଯ୍ୟନ୍ତ ଭାରତକୁ ସୁଟିଙ୍ଗରେ ତିନିଗୋଟି ପଦକ ମିଳିଛି । ଏହା ସହିତ ଭାରତ ଚାରିଗୋଟି ପଦକ ହାସଲ କରିଛି ।